ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ପ୍ରତିବାଦରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କଲେଜ ସମ୍ମୁଖରେ ଧାରଣା
ପୁରୀ(ସଂଘର୍ଷ ମିଡିଆ) : – ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ପ୍ରତିବାଦରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କଲେଜ ସମ୍ମୁଖରେ ଧାରଣା Iପୁରୀ ଜିଲ୍ଲା ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର I ପରିଚାଳନା କମିଟି ସଭାପତିଙ୍କ ସମସ୍ତ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ, ପାନୀୟ ଜଳ ପ୍ରକଳ୍ପ ନ ହୋଇ 19 ଲକ୍ଷ ଟଙ୍କା ଆତ୍ମସାତ କରିବା ଏବଂ ସାଂକୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ଆସିଥିବା 18 ଲକ୍ଷ ଟଙ୍କାର ବ୍ୟାପକ ଅର୍ଥ ହେରଫେର କରିବା ସହିତ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟରେ ବ୍ୟାପକ ହେରଫେର ତଥା କଲେଜ ଅଧକ୍ଷଙ୍କ ଦରମା ଆକ୍ରୋଶ ମୂଳକ ଭାବେ ବନ୍ଦ କରିବା ପ୍ରତିବାଦରେ କଲେଜ ଗେଟ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହିତ ଧାରଣା ଦେଇଛନ୍ତି I ଯେପର୍ଯ୍ୟନ୍ତ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି, ପୂର୍ବତନ କଲେଜ ଅଧକ୍ଷ ତଥା ବର୍ତମାନ କଲେଜ ଡିନ ଆସି ଛାତ୍ର ଛାତ୍ରୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ନଦିଅନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି Iରାଜ୍ୟର ସର୍ବପୁରାତନ ଉତ୍କଳ ୟୁନିଭର୍ସିଟିର ଛାତ୍ରଛାତ୍ରୀ ସଂଖ୍ୟା ୪୦୦୦ ଏବଂ ଜିଲ୍ଲାର ସର୍ବପୁରାତନ ଏସସିଏସ କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୬୦୦୦ ଥିବାବେଳେ ନିମାପଡ଼ା କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୭୦୦୦ରୁ ଉର୍ଦ୍ଧ୍ୱ। ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ଥିବାରୁ ନିମାପଡ଼ା କଲେଜର ଛାତ୍ରଛାତ୍ରୀ ସଂଖ୍ୟା ସବୁଠୁ ଅଧିକ। ବ୍ୟାପକ ଅନିୟମିତତା, ପରିଚାଳନା କମିଟି ସଭାପତିଙ୍କର ସମସ୍ତ କାର୍ଯ୍ୟରେ ଅନାବଶ୍ୟକ ହସ୍ତକ୍ଷେପ, କର୍ମଚାରୀଙ୍କ ଉପରେ ଅଯଥା ଚାପ ପ୍ରୟୋଗ ସହ ଆର୍ଥିକ ଘୋଟାଲା ପ୍ରଭୃତି ଅନେକ ଅଭିଯୋଗ ଆସିଛି। ୫ କୋଟି ୭୮ ଲକ୍ଷ ବ୍ୟୟରେ ନବ ନିର୍ମିତ କଲେଜର ଭାର୍ଗବୀ ବ୍ଲକ ଶ୍ରେଣୀଗୃହ, ଛାତ୍ରଛାତ୍ରୀ ମାନଙ୍କ ଖେଳ କୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ମିଳିଥିବା ୧୮ ଲକ୍ଷର ଅନୁଦାନ ଆଦିରୁ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଜଣା ପଡିଛି। ସେହିଭଳି ପାନୀୟଜଳ ପ୍ରକଳ୍ପ ନିର୍ମାଣ ନହୋଇ ୧୯ ଲକ୍ଷ ଉଠାଣ ହୋଇଛି। ଡ୍ରଇଂ ଏସ୍ଟିମେଟ ନଥାଇ, ସର୍ବନିମ୍ନ କାର୍ଯ୍ୟ ନହୋଇ ଅଡିଟରିଅମ ନିର୍ମାଣ ହୋଇଥିବା ଦର୍ଶାଇ ଯୁକ୍ତ ଦୁଇ ବିଭାଗ ଆକାଉଣ୍ଟ (ନିମାପଡ଼ା କାନାଡ଼ା ବ୍ୟାଙ୍କ ଆକାଉଣ୍ଟ ନମ୍ବର – ୩୪୫୪୧୦୧୦୦୫୮୩୧)ରୁ ପର୍ଯ୍ୟାୟକ୍ରମେ ସମୁଦାୟ ୯୫ଲକ୍ଷ ଟଙ୍କା ଉଠାଣ ହୋଇଛି, ଯାହାକି ସମ୍ପୂର୍ଣ୍ଣ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ବନ୍ଧରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଦିଲ୍ଲୀପ ପଟ୍ଟନାୟକ ବହୁବାର ଅଧ୍ୟକ୍ଷାଙ୍କୁ ଅଭିଯୋଗ କରି ଚିଠି କରିଥିଲେ ସୁଦ୍ଧା ଅଧ୍ୟକ୍ଷା ଚୁପ୍ ରହୁଥିବାରୁ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ କରିଥିଲେ। ମହାବିଦ୍ୟାଳୟରେ ହୋଇଥିବା ମହା ଘୋଟାଲା ସମ୍ଭନ୍ଧୀୟ ସମସ୍ତ କାଗଜପତ୍ରକୁ ଅଡିଟ ଟିମ ତନ୍ନ ତନ୍ନ କରି ଯାଞ୍ଚ କରୁଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା କହିଛନ୍ତି । ଉଚ୍ଚଶିକ୍ଷା ବିଭାଗ, କ୍ରାଇମବ୍ରାଞ୍ଚ, ରାଜ୍ୟ ଭିଜିଲାନ୍ସ ଏବଂ ୫-ଟି ଅଧ୍ୟକ୍ଷ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।