ନୂଆପଡ଼ା( ସଂଘର୍ଷ ମିଡିଆ ) : ସିନାପାଲି ବନଖଣ୍ଡ ଉଦ୍ଧାର କରିଛି ଦୁଇ ହରିଣ ଛୁଆ। ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ଉଦ୍ଧବ ହଂସ ଓ ଆରମେଲା ଗାଁର ଦେବାନନ୍ଧ ନିଆଲ ଜଙ୍ଗଲକୁ ଛେଲିପଲ ଧରି ଚରାଇବା ପାଇଁ ଯାଇଥିଲେ ସେହି ସମୟରେ ଜଙ୍ଗଲରୁ ଦୁଇ ହରିଣ ଛୁଆ ବାହାରି ଛେଲି ପଲରେ ମିଶି ଯାଇଥିଲେ। ଛେଳି ଚରୁଆଲି ମାନେ ଜାଣିବାପରେ ଘରକୁ ନେଇ ଆସି କ୍ଷୀର ପିଆଇ ତୁରନ୍ତ ଫରେଷ୍ଟର ଶ୍ରୀ ଦୀପ୍ତିମାନ ପଣ୍ଡାଙ୍କୁ ଖବର ଦେଇଥିଲେ । ଖବର ପାଇ ଶ୍ରୀ ପଣ୍ଡା ନିଜ ସାଥିରେ ଥିବା ଗାଡ଼ ଧନଞ୍ଜୟ ନିଆଳକୁ ଧରି ହରିଣ ଛୁଆ ପାଖରେ ପହଞ୍ଚି ଉଦ୍ଧାର କରି ନେଇ ଆସି ଥିଲେ। ପରେ ରେଞ୍ଜର ଶ୍ରୀ ବିମଳ ପ୍ରସାଦ ଟୁକୁନୁଙ୍କୁ ଅବଗତ କରିଥିଲେ। ଜାଣିବାପରେ ରେଞ୍ଜର ଉଦ୍ଧାର କରିଥିବା ଦୁଇଜଣଙ୍କୁ ଡାକି ହରିଣ ଛୁଆ ବିଷୟରେ ବୁଝିଥିଲେ । ପରେ ହରିଣ ଦୁଇ ଛୁଆଙ୍କୁ ଜଙ୍ଗଲରେ ଛାଡି ଦେଇଥିବା ବନ ଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।