ଉଦ୍ଜିବିତ ହେଉଛି ନୈବାଣିଜ୍ୟ ପରମ୍ପରା

31

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ପ୍ରାୟ ୭୫ ବର୍ଷ ଧରି ବନ୍ଦ ହେଇଯାଇଥିବା ନୈବାଣିଜ୍ଯ ପରମ୍ପରା ଉଦ୍ଜିବିତ ହେଉଥିବା ଦେଖିବାକୁ ମିଳିଛି । ଏହା ପୁଣି ଉପକୂପବର୍ତ୍ତୀ କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ଲୁଣାନଦୀରେ । ଏ ନେଇ ଆମ ବିଶେଷ ରିପୋର୍ଟ । କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ଲୁଣା ନଦୀ ବଙ୍ଗୋପସାଗର ରେ ମିଶିଛି । ନଦୀ ଏବଂ ସମୁଦ୍ର ର ମିଶିବା ସ୍ଥାନକୁ ମୁହାଁଣ କୁହାଯାଉଛି । ଏହି ମୁହାଁଣ ଦେଇ ସମୁଦ୍ର ମଧ୍ୟରୁ ନଦୀ ମଧ୍ୟକୁ ଆସିଥାଏ ବଡ଼ ବଡ଼ ମାଛଧରା ଡଙ୍ଗା । ଆଜି କିନ୍ତୁ ମୁହାଁଣରୁ ନଦୀ ମଧ୍ୟକୁ ୪୦ କିଲୋମିଟର ପ୍ରବେଶ କରୁଛି ପଲଟୁନ୍ , ବାର୍ଥ ଏବଂ ଟ୍ରଲର । ନଦୀରେ ଏହାକୁ ଦେଖିବାକୁ ନଦୀ କୂଳରେ ଲୋକମାନଙ୍କର ଭିଡ ଜମୁଛି । ଏହି ପଲଟୁନରେ ଦୁଇଟି ମେସିନ ରଖାଯାଇଛି । ଗୋଟିଏର ଓଜନ ୬୧୦ ଟନ୍ ଥିବାବେଳେ ଅନ୍ୟ ଟି ୩୮୦ ଟନ୍ ରହିଛି । ଏହି ଦୁଇଟି ମେସିନ ଗୁଜରାଟରୁ ଆସିଥିବା ବେଳେ ତାହା ତାଳଚେରର କଣିହାଁରେ ଥିବା ଟାଟା ପ୍ଲାଣ୍ଟକୁ ଯିବ । ପାରାଦୀପରେ ଏହାକୁ ଓହ୍ଲାଇବା ପାଇଁ ସୁବିଧା ନଥିବା ହେତୁ ଲୁଣାନଦୀର କୁସୁନପୁର ନିକଟରେ ଏକ ସ୍ବତନ୍ତ୍ର ଜେଠୀ ନିର୍ମାଣ କରାଯାଇ ସେଠାରେ ଓହ୍ଲାଯିବା ପାଇଁ ବ୍ୟବସ୍ଥା କରା ଯାଇଛି । ଓହ୍ଲାଇବା ପରେ ସେଠାରୁ ଜାତୀୟ ରାଜପଥ ଦେଇ ତାଳଚେର କଣିହାଁ ନିଆଯିବ ବୋଲି କ୍ଯାପଟେନ କହିଛନ୍ତି ।ଏହି ଘଟଣା ଓଡ଼ିଆ ନେଭିଗେସନ୍ ଇତିହାସ ରେ ପ୍ରଥମ ଘଟଣା ହୋଇଥିବା ବେଳେ ପାଲଟୁନ୍ ଟି ଆସିବା ସମୟରେ ୨୦ ମିଟର ବାହାରକୁ ଆସି ବାଲିଚର ଉପରକୁ ମାଡିଆସିଥିଲା । ଫଳରେ ପଲଟୁନ୍ ଟି ଅଟକି ରହିଥିଲା । ଡ୍ରୋଜିଂ ପରେ ପଲଟୁନ ବାହାରି ଆସିଛି । ଆସନ୍ତାକାଲି ଜେଠୀରେ ପଲଟୁନ୍ ଲାଗିବ ବୋଲି କ୍ଯାପଟେନ ଲଲିତ ମୋହନ ରଥ କହିଛନ୍ତି । ଅପରପକ୍ଷରେ ପଲଟୁନ୍ ଟି ବର୍ତ୍ତମାନ ସଂପୂର୍ଣ୍ଣ ବିପଦ ମୁକ୍ତ ବୋଲି କହିଛନ୍ତି ଭାରତୀୟ ଆନ୍ତଦେଶୀୟ ଜଳମାର୍ଗ ପ୍ରାଧିକରଣ ନିର୍ଦ୍ଦେଶକ ପି ଏସ୍ ରାଓ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀର ମୁହାଁଣ ଏବଂ ଆବଶ୍ଯକୀୟ ସ୍ଥାନ ଖୋଳା ଯିବା ସହ ମାର୍କିଙ୍ଗ କରାଯାଇ ପାରିଲେ ପୂର୍ବ ଭଳି ନୈବାଣିଜ୍ଯ ହୋଇପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More