କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳ ବାସୀ ଦୀର୍ଘଦିନହେବ ଥୁଆମୂଳ ରାମପୁର ରେ କୋର୍ଟ ଖୋଲିବା ପାଇଁ ଦାବୀ କରିଆସୁଥିଲେ । ସେମାନଙ୍କ ଦାବୀ ମୁତାବକ ଅଂଚଳ ବାସୀ ବିଚାର ପ୍ରକ୍ରିୟା ପାଇଁ ଜିଲ୍ଲା ସଦର ମହକୁମାର ଉପରେ ନିର୍ଭର କରିଆସୁଥିଲେ ।ଆନୁସାଙ୍ଗିକ ଯାନବାହାନ ବ୍ୟବସ୍ଥା ନଥିବା ବେଳେ, ଶହେ କିଲୋମିଟର ଦୂର ସଦର ମହକୁମାର ଠାରେ ଅବସ୍ଥାପିତ କୋର୍ଟ ଉପରେ ନିର୍ଭର କରୁଥିଲେ ଆଦିବାସୀ ଅଧ୍ୟୁଷିତ ଅଂଚଳ ଥୁଆମୂଳ ରାମପୁର ବ୍ଲକର ଲୋକେ । ଗମନା ଗମନରେ ଯାନବାହନର ସମସ୍ୟା ଥିବାବେଳେ ଭୋକ ଉପାସରେ କୋଟ କାର୍ଯ୍ୟ ପାଇଁ ଦିନ ଦିନ ଧରି ନିଜ ନିଜ କାର୍ଯ୍ୟରେ ଅପେକ୍ଷାକରି ରହୁଥିଲେ । ଏ ବିଷୟରେ ବାରମ୍ବାର ଦାବୀ ପରେ ହୃଦଙ୍ଗମ କରି ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବାପରେ ଆଜି ମେ ୦୩ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିନ ଥୁଆ ମୂଳ ରାମପୁର ଠାରେ ଅବସ୍ଥାପିତ ରାଜଭବନ ପ୍ରକୋଷ୍ଟରେ ଆସ୍ଥାୟୀ କାର୍ଯ୍ୟାଳୟରେ କୋର୍ଟର ଶୁଭ ଉଦଘାଟନ ଉତ୍ସବ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଭରଚୁଆଲ ଯୋଗେ ଓଡିଶାର ହାଇକୋର୍ଟ ମୁଖ୍ୟ ବିଚାରପତି ଏସ : ମୁରଲୀ ଧରଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଦ୍ୱାରାଜଜ୍ ଦୀପ୍ତି ରଞ୍ଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ କନିଷ୍ଠ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କାର୍ଯ୍ୟାଳୟ ଠାରେ ଉଦ୍ଘାଟନ କାର୍ଯ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାପ୍ତକ୍ତନ GMFC ମାଜେଷ୍ଟେଟ ସୋମେୟ ଶ୍ୟାମଜିତ ପଣ୍ଡା ନିଜ ଦାଇତ୍ୱ ଆଜିଠାରୁ ଦୁଲାଇବା ସହ କୋର୍ଟକୁ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ , ଥୁଆମୂଳ ରାମପୁର ଓକିଲ ସଂଘ ସଭାପତି ସୁଶୀଲ ରାଉତ ,ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ,ସମାଜସେବୀ ମାଣିକ୍ୟ ନାୟକ ,ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ,ସମାଜସେବୀ ଭାରତ ଦଣ୍ଡସେନା, ନରେନ୍ଦ୍ର ନାଏକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଆଇନଜୀବୀ ବିକାଶ ଠାକୁର, ସଂଜୀବ ପଣ୍ଡା, ଲୋକନାଥ ନାଗ, ଅନ୍ତିମ ପାଢ଼ୀ, ମନୋରଞ୍ଜନ ନାଏକ,ମୁରଲୀ ନାଏକ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।