ଉଦଘାଟିତ ହେଲା କୋଣାର୍କ ମହୋତ୍ସବ ୨୦୨୩

43

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ ୨୦୨୩ ।କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ମୁକ୍ତ ଅ।କାଶ ରଙ୍ଗ ମଂଚରେ ପ୍ରର୍ଦଶିତ ହୋଇଛି ଓଡିଶୀ ଓ ଭାରତ ନାଟ୍ୟମ । ରଙ୍ଗ ବେରଙ୍ଗ ଆଲୋକ ସାଜ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ବେଶ୍ ମନଭରି ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ। କଟକରୁ ଅ।ସିଥିବା ସୁର ମନ୍ଦିର ଗ୍ରୁପ ର କଳାକାରଙ୍କ ଦ୍ଵାରା ପରିବେଷିତ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲା। ବିଶ୍ଵ ଐତିହ କୋଣ।ର୍କ ମନ୍ଦିର ପାଦ ଦେଶରେ ଅ।ୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ପ୍ରଥମେ କଟକରୁ ଅ।ସିଥିବା ସୁର ମନ୍ଦିର କଳାକାରଙ୍କ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଶ୍ରୀ ଜଗନ୍ନାଥ ସ୍ତୁତି । ଓଡିଶୀ ନୃତ୍ୟରେ ଶିଳ୍ପୀ ମାନେ ପରଶି ଦେଇଥିଲେ ଶରଣମ । ଭଗବାନ ଙ୍କ ମଧୁର ସମ୍ପର୍କ , ବିଶ୍ଵ ନିୟନ୍ତାଙ୍କ ଶରଣ ଗତି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ । ଦର୍ଶକ ମାନଙ୍କୁ ଓଡିଶୀ ନୃତ୍ୟରେ ବାନ୍ଧି ରଖିଥିଲେ ନୃତ୍ୟଙ୍ଗନା ମାନେ । ଦ୍ଵିତୀୟ ପର୍ଯ୍ୟାୟରେ ଭାରତ ନାଟ୍ୟମ ଶିଳ୍ପୀ ପ୍ରବୀନ କୁମାର ଓ ବେଙ୍ଗାଳୁରୁ ଚିତ୍ରକଳା ସ୍କୁଲ ଅଫ ଡ୍ୟାନ୍ସ ର ଶିଳ୍ପୀ ମାନେ ପରିବେଷଣ କରିଥିଲେ ଆଦିତ୍ୟ ହୃଦୟ ସ୍ତବ। ପରେ ପରେ ରାଗ ଓ ତାଳ କୁ ନେଇ ଉପସ୍ଥାପନା କରିଥିଲେ ଯତୀଶ୍ଵରମ । ପରିଶେଷରେ ଶିବା ଞ୍ଜଳି ତିଲାନା ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।କୋଣାର୍କ ଉତ୍ସବରେ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜିବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ। କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ଏହା ଭାଇଚାରା ବୃଦ୍ଧି କରିବା ସହିତ ଏଭଳି କାର୍ଯ୍ୟକ୍ରମ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହିତ ଓଡ଼ିଶାର ପରିଚୟ ସୃଷ୍ଟି କରିଛି ବୋଲି ଦର୍ଶକ କହିଥିବା ବେଳେ କୋଣାର୍କ ରଙ୍ଗମଞ୍ଚ ରେ ଓଡ଼ିଶାର କଳା ସଂସ୍କୃତି ଦେଶ ବିଦେଶରେ ପହଞ୍ଚାଇବା ର ଏକ ମାଧ୍ୟମ । ଚଳିତ ବର୍ଷ କୋଣାର୍କ ମହୋତ୍ସବ , ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ସହିତ ଇକୋ ରିଟ୍ରିଟ ରେ ବହୁ ପର୍ଯ୍ୟଟକ ବୃଦ୍ଧି ପାଇବେ ବୋଲି କହିଛନ୍ତି ।ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଓଡ଼ିଶା ପର୍ଯ୍ୟଟକ ବିଭାଗ ଦ୍ଵାରା ଅୟୋଜିତ ଏହି କୋଣାର୍କ ଉତ୍ସବ କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କର ଭିଡ ଜମିଛି । କୋଣାର୍କ ମହୋତ୍ସବ ଭାରତୀୟ କଳା ସଂସ୍କୃତି କୁ ଦେଶ ବିଦେଶ ରେ ପହଂଚାଇବା ପାଇଁ ଏହା ଏକ ମାଧ୍ୟମ ହୋଇପାରିଛି, । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲରେ 2023 କୋଣାର୍କ ମହୋତ୍ସବ କୁ ଉଦ୍ଘାଟନ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More