ଉଦଘାଟନ ହେଲା ଉମରକୋଟରେ ନୂଆ ଚର୍ଚ୍ଚ

19

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ଆଜି ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପୌରାଞ୍ଚଳର ୮ ନମ୍ବର ୱାର୍ଡରେ ଖ୍ରୀଷ୍ଠ ଧର୍ମାଲମ୍ବି ପ୍ରଭୁ ଶ୍ରୀ ଯୀଶୁକ୍ରିଷ୍ଠଙ୍କ ନବନିର୍ମିତ ଚର୍ଚ୍ଚ ମହା ଆଡମ୍ବର ସହକାରେ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଖ୍ରୀଷ୍ଠ ଧର୍ମଗୁରୁ ବିଷଫ ଆର. ଟି. ରେଭ. ବିଧାନ କୁମାର ନାୟକ ଙ୍କ ସହ ସାଇନଡ଼ ଚୈରମେନ ରେଭ. ଅନନ୍ତ ନାଗ,ସମ୍ପାଦକ ପ୍ରଫୁଲ୍ଲ କୁମାର ଭତ୍ରା କୋଷାଧକ୍ଷ ଯଶବୀର ଡାନିଏଲ ପ୍ରମୁଖ ଯୋଗଦେଇ ନୂତନ ଚର୍ଚ୍ଚ ର ଶୁଭ ଉଦଘାଟନ କରିଥିଲେ l ମହାଆଡମ୍ବର ରେ ପାଳିତ ଏହି କାର୍ଯ୍ୟକ୍ରମ ରେ ଡିନ. ରେଭ. ବିଭୁତି ଭୂଷଣ ପାଣି, ଉମରକୋଟ ସି. ଜି. ପି.ସଭାପତି ସରୋଜ କୁମାର ଦଳାଇ,ସି. ଜି. ପି. ଉପ ସଭାପତି ସୁଶାନ୍ତ ଭତ୍ରା, ସି. ଜି. ପି. ସମ୍ପାଦକ ଅରୁଣ ପ୍ରସାଦ ନାୟକ,ସି. ଜି. ପି. କୋଷାଧକ୍ଷ ଜେମସନ ବାଘ ପ୍ରମୁଖ ଉପସ୍ଥିତ ଥିବାବେଳେ, ବୟସ୍କ ସହଯୋଗୀଙ୍କ ମଧ୍ୟରେ ଖ୍ରୀଷ୍ଟ ଚନ୍ଦ୍ର ଟାକ୍ରୀ, ମଦନ ମହୋନ ନାୟକ, ଫିରୋଜ ଖରା ଉପସ୍ଥିତ ଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ୨00୩ ମସିହାରେ ରେଭ. ଆକ୍ରଷିତ ସୁନା ଏହି ଚର୍ଚ୍ଚର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥବା ବେଳେ,ଦୀର୍ଘ ୧୭ ବର୍ଷ ପରେ ଚର୍ଚ୍ଚ ଟିର କାର୍ଯ୍ୟ ଶେଷ ହୋଇ ଆଜି ଏହାର ଶୁଭ ଉଦଘାଟନ ହୋଇଥିବାରୁ ବହୁ ସଂଖ୍ୟାରେ ଅଞ୍ଚଳର ଖ୍ରୀଷ୍ଠ ପ୍ରେମିଙ୍କ ଯୋଗଦାନ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ବୋଲି ସଭାପତି ଏବଂ ଖ୍ରୀଷ୍ଠ ପ୍ରେମି ମାନେ କହିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More