ନୟାଗଡ(ସଂଘର୍ଷ ମିଡିଆ ) : – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ମାତ୍ର କେଇଦିନ ପୂରିଥିବା ବେଳେ ନୂଆଗାଁରେ ରାଜନୈତିକ ଉଷ୍ମତା ଦେଖା ଦେଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ଅତିଥିମାନଙ୍କୁ ବିରୋଧ କରି ଦୃର୍ବୁତମାନେ ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପଂଚାୟତ ନିର୍ବାଚନ ପରେ ନୂଆଗାଁ ବ୍ଲକରେ ପ୍ରଥମଥର କରି ଉଦଘାଟନ କାର୍ଯ୍ୟକ୍ରମକୁ ବ୍ଲକ ସଦରମହକୁମାରେ ବିରୋଧ କରି କରାଯାଇଥିବା ବେଳେ ଉଦଘାଟନ କାର୍ଯ୍ୟକ୍ରମ ସଫଳ ନହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଦିନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ଆକ୍ବାଗାର୍ଡର ଶୁଭ ଉଦଘାଟନ ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଫଳକ ଲଗାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରାତାରାତି ଦୃର୍ବୁତମାନେ ଫଳକକୁ ଭାଙ୍ଗି ଖସାଇ ଦେଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ କିଏ ଘଟାଇଛି ଏବଂ କଣ ଉେଦ୍ଦଶ୍ୟ ରଖି ଘଟାଇଛି ତାହା ଜଣାପଡିନାହିଁ। ପଂଚାୟତ ନିର୍ବାଚନ ପରେ ଏଭଳି ବିରୋଧି କାର୍ଯ୍ୟ ନୂଆଗାଁ ରାଜନୀତିକୁ ସରଗରମ କରିଦେଇଛି। ତେବେ ଏଭଳି ବିରୋଧି କାର୍ଯ୍ୟ ଆଗାମୀ ଦିନରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।