ଉତ୍ସର୍ଗ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତାଧିକ ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ଓ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ 39 ତମ ସପ୍ତାହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କଣ୍ଟାମାଲ ସିଡିପିଓ ଜ୍ୟୋସ୍ନା ରାଣୀ ପାଢ଼ୀ ଯୋଗଦେଇ ଅସହାୟ ମାନଙ୍କୁ ଖାଦ୍ୟ ବଂଟନ କରିଥିଲେ । କୋଭିଡ ମହାମାରୀ ଆରମ୍ଭରୁ ଗତ ତିନି ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ଅସହାୟ ଓ ନିରାଶ୍ରୟଙ୍କୁ କ୍ରମାଗତ ରନ୍ଧା ଖାଦ୍ୟ ବଂଟନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଅଛି । ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ମିଥୁନ ସାହୁ, ଶାନ୍ତନୁ ପଟ୍ଟନାୟକ, ନାରାୟଣ ପ୍ରସାଦ ଅଗ୍ରୱାଲ, ଜୟନାରାୟଣ ମହାନ୍ତି, ସତ୍ୟନାରାୟଣ ପାଣି, ଡ଼ିଆଇପିଆରଓ ରିତାକାନ୍ତି ବଳିୟାରସିଂ, ଟିଟୁ ଅଗ୍ରୱାଲ , ମିଥୁନ ନାୟକ, ଦୀପକ ଅଦର, ଇମତିୟାଜ଼ ଖାଁ , ଦୀପକ ମହାରଣା ପ୍ରମୁଖ ଖାଦ୍ୟ ବଂଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More