ଉତ୍ସର୍ଗ ଅନୁଷ୍ଠାନର ପ୍ରୟାସରେ ୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ୧୦ ବର୍ଷ ହେଲା ନିଖୋଜ ରହିଥିବା ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଉଥିବା ବେଳେ ହଠାତ୍ ପୁଅ ଜିବିତ ରହିଥିବା ନେଇ ଖବର ପାଇଥିଲେ । ପୁଅ ଜିବିତ ରହିଥିବା ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ । ବୌଦ୍ଧର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ବିହାରରୁ ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନର କୁଅଭ୍ୟାସ ଫଳରେ ମିଟୁ ପାଣ୍ଡେ ନାମକ ଯୁବକ ଘର ଛାଡି କୁଆଡେ ପଳାଇଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ପାଇପାରିନଥିଲେ । ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନ ସାରା ଶାନ୍ତଶିଷ୍ଟ ଭାବରେ ବଜାର ମଧ୍ୟରେ ପରିଭ୍ରମଣ କରୁଥିଲେ । ଏହାକୁ ଠାବ କରିଥିଲେ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତ୍ତା ହୋଇ ପରିବାର ସଂପର୍କରେ ସୂଚନା ହାସଲ କରିଥିଲେ । ସ୍ୱଳ୍ପ ସୂଚନାକୁ ଆଧାର କରି ଅନେକ ଖୋଜାଖୋଜି କରିବା ପରେ ମିଟୁର ଘର ବିହାରର ଲକ୍ଷିସରାୟ ଜିଲ୍ଲା ଅନ୍ତର୍ଗତ ମସହୋରା ଗ୍ରାମ ସଂପର୍କରେ ଜଣାପଡିଥିଲା । ପରେ ସେଠାକାର ସରପଂଚଙ୍କ ସହ ଯୋଗାଯୋଗ କରି ମିଟୁର ପରିବାରଙ୍କୁ ମିଟୁ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରଥମରୁ ଅବିସ୍ୱାସ କରୁଥିବା ପରିବାର ଲୋକଙ୍କୁ ମିଟୁର ଫୋଟ ପଠାଇବା ସହିତ ଅନେକ ଆଲୋଚନା କରିବା ପରେ ସେମାନେ ବୁଝିପାରିଥିଲେ । ପରେ ମିଟୁର ବାପା ଦିଲିପ କୁମାର ପାଣ୍ଡେ , ଭେଣେଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧ ଆସି ପହଁଚିଥିଲେ । ମିଟୁ ସହିତ ଭେଟ ହେବା ସହିତ ମିଟୁର ଅବସ୍ଥା ଦେଖି ତାର ବାପାର ଆଖିରୁ ମଧ୍ୟ ଲୋହ ଝରିପଡିଥିଲା । ଉତ୍ସର୍ଗର ସଦସ୍ୟମାନଙ୍କ ସହାୟତାରେ ମିଟୁକୁ ବାଳଦାଢ଼ୀ କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ଏସବୁ ହେବାପରେ ତାକୁ ଘରକୁ କିପରି ସୁରକ୍ଷିତ ଭାବେ ଫେରାଇ ନିଆଯିବ ସେନେଇ ସମସ୍ୟା ଦେଖାଦେଇଥିଲା । ମିଟୁର ବାପାଙ୍କ ଆର୍ଥିକ ସ୍ୱଚ୍ଛଳ ଭଲ ନଥିବାରୁ ଗାଡି କରି ବିହାରକୁ ନେବା ସମ୍ଭବ ହୋଇପାରୁନଥିଲା । ଏହି ସମୟରେ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଥିଲା । ଜିଲ୍ଲାପାଳ ସତ୍ୟରଂଜନ ସାହୁ ସମସ୍ତ ବିଷୟରେ ଅବଗତ ହେବାପରେ ପ୍ରଶାସନ ପକ୍ଷରୁ ରେଡକ୍ରସ ମାଧ୍ୟମରେ ଏକ ଗାଡି ଯୋଗାଇ ଦେଇଥିଲେ । ଜିଲ୍ଲାପାଳ ସତ୍ୟରଂଜନ ସାହୁ ମିଟୁ ଓ ତାର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ୧୦ ବର୍ଷ ପରେ ହେଲେବି ପରିବାର ଲୋକେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉତ୍ସର୍ଗର ସଦସ୍ୟ ଦିପକ ଅଦର, ମିଥୁନ ସାହୁ, ବିନୋଦ ଗୁପ୍ତା, ଦେବାଶିଷ ପୁରୋହିତ, ସାମ୍ବାଦିକ ସତ୍ୟନାରାୟଣ ପାଣି ପ୍ରମୁଖ ସହଯୋଗ କରିଥିଲେ । ମିଟୁ ଓ ତାର ପରିବାର ଲୋକେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସମୟରେ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଡିଆଇପିଆରଓ ରିତାକାନ୍ତି ବଳିୟାର ସିଂ ଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More