ପୁରୀ(ସଂଘର୍ଷ ମିଡିଆ) : – ଉତ୍ସବ ଆପ ମାଧ୍ୟମରେ ଅନ୍ ଲାଇନରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ନାରେ ଭକ୍ତଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ସିଂହ ଦ୍ଵାର ଥାନାରେ ହେବା ପରେ ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଯଦି କେହି ଭକ୍ତଙ୍କୁ ପୁଜା କରିବା ନମରେ ଠକେଇ କରୁଥିବ ଜଣା ପଡ଼ିଲେ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ସୁଚନା ଦେଇଛନ୍ତି। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସିଂହ ଦ୍ୱାର ଥାନାକୁ ଜଣାଇ ଦିଆଯାଇଛି । ପୋଲିସ୍ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠନ ନେବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୁଚନା ଦେଇଛନ୍ତି। ସେପଟେ ଅନ ଲାଇନ୍ ଆପ ରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଆଳରେ ଠକେଇ ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ବରିଷ୍ଠ ସେବାୟତ। ଏହା ସମ୍ପୂର୍ଣ ବେଆଇନ। ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗ ରେ କଡ଼ା ପଦକ୍ଷେପ ନେବାକୁ ବରିଷ୍ଠ ସେବାୟତ ଦାବୀ କରୁଛନ୍ତି। ଅନ ଲାଇନ୍ ରେ ବୁକ୍ କରି ଅଥବା ଅର୍ଥ ଦେଇ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିବା ବ୍ୟବସ୍ଥା ନ ଥିବା ସେବାୟତ କହିଚନ୍ତି। ଯଦି କେହି ଦାନ୍ ଦେବାକୁ ଚାହିବେ ସେମାନେ ଶ୍ରୀ ମନ୍ଦୀର ପ୍ରଶାସନ ର ୱେବ୍ ସାଇଟ୍ ଯାଇ ଅନଲାଇନ ରେ ଦାନ କରି ପାରିବେ । ଏ ନେଇ ଅନ୍ ଲାଇନ ରେ ବ୍ୟବସ୍ଥା ରହିଚୀ। ଏଣୁ ଭକ୍ତ ମାନେ ଅନ ଲାଇନରେ କୌଣସି ବିଜ୍ଞାପନ ଦେଖି ଏପରି ଠକେଇରୁ ନିବୃତ ରହିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।