ଉତ୍ତମ ଚିକିତ୍ସା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଲୋକନାଥ ଦାସଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର

33

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ପୈାରାଞ୍ଚଳ ୧୪ ନଂ ୱାର୍ଡ ଚାଟରା ଗ୍ରାମର ଲୋକନାଥ ଦାସ ଦୀର୍ଘ ଦୁଇ ବର୍ଷ ହେବ ଲିଭର ଓ ମେରୁଦଣ୍ଡ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଘରେ ପଡିରହିଥିଲେ । ଲୋକ ନାଥଙ୍କ ଚିକିତ୍ସା ନିମନ୍ତେ ଆଶିର୍ବାଦ ସେବା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଲୋକନାଥ ଙ୍କ ଚିକିତ୍ସା ପାଇଁ ଗଣମାଧ୍ୟମରେ ପ୍ରକାଶ ହେବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକନାଥଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଲୋକନାଥଙ୍କ ସହିତ ତାଙ୍କ ପରିବାର ଏବଂ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା କଟକ ଯାଇଛନ୍ତି । ଲୋକନାଥଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ,ଗଣମାଧ୍ୟମକୁ ଓ ଆଶିର୍ବାଦ ସେବା ସଂଗଠନକୁ ଧନ୍ୟବାଦ୍ ଜଣାଇଛନ୍ତି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More