କଟକ(ସଂଘର୍ଷ ମିଡିଆ ) : ଉତ୍କଳ ବିକାଶ ପରିଷଦ -କଟକ ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଉତ୍କଳ ବିକାଶ ପରିଷଦ ତରଫରୁ ଆଜି ୪୨ ମୌଜା ଅନ୍ତର୍ଗତ କଳପଡା ପଞ୍ଚାୟତ ଟାଈଁକଣା ଗ୍ରାମର ରାସ୍ତା ଏବଂ ମନ୍ଦିର ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କରାଯାଇଥିଲା ।କରୋନା ମହାମାରି ରେ ଅମ୍ଳଜାନ ଅଭାବରେ ବହୁ ଲୋକ ପ୍ରାଣ ହରାଇଛନ୍ତି।ଏହାକୁ ନଜରରେ ରଖି ଇ. ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ନେତୃତ୍ୱରେ ଉତ୍କଳ ବିକାଶ ପରିଷଦର ସଦସ୍ୟମାନେ ଅଣ୍ଟା ଭିଡିଛନ୍ତି ବୃକ୍ଷ ରୋପଣ କରିବା ପାଇଁ । ସବୁ ଭାଇ ମାନଙ୍କ ସହ ଯୋଗରେ ୧୦୦ ଊର୍ଦ୍ଧ ଗଛ ଲଗାଗଲା । ସହ ଯୋଗ କରିଥିବା କାର୍ଯ୍ୟକତାଙ୍କ ମଧ୍ୟରେ ସରପଞ୍ଚ ମିଲନ୍ କୁମାର ନାୟକ,, ଉତ୍କଳ ବିକାଶ ପରିଷଦ ବରିଷ୍ଠ ସଦସ୍ୟ ବିଜୟ କୁମାର ନାୟକ,, ବାବୁନା ଦାସ, ପାପୁ ଦାସ, ମଙ୍ଗରାଜ ସେଠୀ, ଟୁକୁନା ରାଉଳ, ଅଭିନାଷ ଦାସ, ନିକୁଞ୍ଜ ଭୋଇ, ସିମନ୍ତ ସାମଲ, ସୁଜୀତ୍ ପରିଡା, ଦେବାଶିଷ ପରିଡା,ମଳୟ ମଲ୍ଲିକ, ରାଉତ ରାଉଳ, ସିସନ୍ତ ପରିଡା, ଘନଶ୍ୟାମ ଭୋଇ, ଉମେଶ ଦାସ, ସୁସିଲ୍ ଭୋଇ, ଏବଂ କୁନା । କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।