ନବରଙ୍ଗପୁର:(ସଂଘର୍ଷ ମିଡିଆ) : – ଉତ୍କଳ ପରିଷଦ ନବରଙ୍ଗପୁର ତରଫରୁ ନବ ଉତ୍କଳର ନିର୍ମାତା କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ଜନ୍ମଜୟନ୍ତୀ ଓ ସ୍ମୃତି ଚାରଣ ସଭା ଆୟୋଜନ ହୋଇଯାଇଅଛି l ଉତ୍କଳ ପରିଷଦ ର ସଭାପତି ଶ୍ରୀ ବିଜୟ କୁମାର ଚୌଧୁରୀ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ପ୍ରଧାନ, ଉପସଭାପତି ଜଗଦୀଶ ତ୍ରୀପାଠୀ , ପ୍ରଭାସିନୀ ମହାନ୍ତି, ସାଙ୍ଗଠନିକ ସଂପାଦକ ଅଖିଳ କୁମାର ଭଟ୍ଟ, କୋଷାଧକ୍ଷ ଜଗନ୍ନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ l ସର୍ବପ୍ରଥମେ ସାଙ୍ଗଠନିକ ସଂପାଦକ ଅଖିଳ କୁମାର ଭଟ୍ଟ ସ୍ବାଗତ ଭାଷଣ ଦେଇ ଥିବା ବେଳେ ଯୁଗ୍ମ ସଂପାଦକ ଗୋପାଳ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯକ୍ରମରେ ଉପସ୍ଥିତି ରହି ମଧୁବାବୁ କିପରି ଖଣ୍ଡ ବିଖଣ୍ଡିତ ଓଡ଼ିଶା କୁ ଏକ ସ୍ଵତନ୍ତ୍ର ରାଜ୍ୟରେ ପରିଣତ କରିବା ସହ ତାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ଏବଂ ସେ କିପରି ଏକାଧାରରେ ଜଣେ ସମାଜ ସଂସ୍କାରକ, ସାହିତ୍ୟିକ, ଶିଳ୍ପଦ୍ୟୋଗୀ, ଦାର୍ଶନିକ ଭାବେ ସାରା ଓଡ଼ିଶାରେ ପରିଚିତ ଥିଲେ ବୋଲି ମତ ପ୍ରକାଶ ପାଇଥିଲା l ଉକ୍ତ କାର୍ଯକ୍ରମରେ ଅନୁଷ୍ଠାନର ଯୁଗ୍ମ ସଂପାଦକ ଗୋପାଳ ପାଣିଗ୍ରାହୀ, ସି . ଏଚ ଉଷାରାଣୀ,ଦାଶରଥି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l