ଉତ୍କଳ ନ୍ୟୁଜ ପରିବାର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

18

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : ଉତ୍କଳ ନ୍ୟୁଜ ପରିବାର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଉତ୍କଳ ନ୍ୟୁଜର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହା ସହ ୨୦୨୧ -୨୨ ଶିକ୍ଷା ବର୍ଷ ରେ ମାଟ୍ରିକ ଏବଂ ଯୁକ୍ତ ୨ ପରୀକ୍ଷା ରେ ସଫଳ କୃତିତ୍ୱ ଅର୍ଜନ କରିଥିବା ଚୌଦ୍ୱାର ଅଂଚଳର କିଛି ସୁଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ମର୍ଯ୍ୟାଦା ଜନକ ‘ଉତ୍କଳ ସୂର୍ଯ୍ୟ ଉପାଧି’ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଇମ୍ଫାର ଲୋକସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ , ଉତ୍କଳ ନ୍ୟୁଜ ସମ୍ପାଦିକା ସୁଶ୍ରୀ ସୁନିତା ମହାପାତ୍ର , ଉତ୍କଳ ସୂର୍ଯ୍ୟ ସମ୍ପାଦକ ବିନୟ ଚନ୍ଦ୍ର ମହାନ୍ତି , ମୁଖ୍ୟ ବକ୍ତା ପଣ୍ଡିତ କାଳନ୍ଦୀ ଚରଣ ମହାରଣା , ସମ୍ମାନୀୟ ଅତିଥି ଡାକ୍ତର ଶୁଭ୍ରାଂଶୁ ପଟ୍ଟନାୟକ, ଡାକ୍ତର ସାଇନ ଶୁଭଦର୍ଶୀନି, ଡାକ୍ତର ଏ .ଏଚ . ଖାନ , ଉଦ୍ଧାର ଫାଉଣ୍ଡେସନ ସଭାପତି ନରୋତ୍ତମ ଦାସ , ୬ ନମ୍ବର ୱାର୍ଡ କାଉନସିଲର ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଅଂଚଳ କିଛି ପ୍ରତିଷ୍ଠିତ ବ୍ୟକ୍ତି , ସାମ୍ବାଦିକ ଓ ଶିଶୁ କଳାକାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ଉତ୍କଳ ପ୍ରତିଭା ସିଦ୍ଧେଶ୍ୱର ନାୟକ ମଂଚ ପରିଚାଳନା କରିଥିବା ବେଳେ, କାର୍ଯ୍ୟକାରୀ ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More