ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ପକ୍ଷରୁ ତ୍ରିଦିବସୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ “ନଟରଙ୍ଗ-୨୦୨୨”ର ଉଦ୍ଘାଟନୀ ନାଟକ “ବାସି ତୁଳସୀ” ମଞ୍ଚସ୍ଥ

33

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ, ରାଉରକେଲା ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ଅନୁକୂଲ୍ୟରେ ତ୍ରିଦିବସୀୟ ନାଟ୍ୟ ମହୋତ୍ସବ “ନଟରଙ୍ଗ -୨୦୨୨” ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ପବିତ୍ର ରଥଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ସନ୍ଧ୍ୟାର ନାଟକ ‘ବାସି ତୁଳସୀ’ ଆୟୋଜକ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ବିଲୋଚନ ପାତ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରଦର୍ଶିତ ହୋଇଥିବା ଥିବା ଏହି ନାଟକରେ ଓଡ଼ିଶାର ପ୍ରାଚୀନ ନୃତ୍ୟ ଓ ସଙ୍ଗୀତର ସମାହାର ସହିତ ଓଡ଼ିଆମାନଙ୍କର ହୃଦୟର ଦେବତା ଶ୍ରୀଜଗନ୍ନଥଙ୍କ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ ହୋଇଥିଲା ଓ ଏହି ନାଟକରେ ଦର୍ଶକ ଉଭୟ ଅଭିନୟ ଓ ନୃତ୍ୟର ଚମତ୍କାର ସଙ୍ଗମ ଦେଖିବାକୁ ପାଇଥିଲେ। ଏହି ନାଟକରେ ବିଭୂତି ଭୂଷଣ ନାଥ,ରାନୁ ମହାପାତ୍ର,କୋମଲ ରାଣୀ ସୁତାର,କୁନାଲ ରାଣୀ ସୁତାର,ସନ୍ତୋଷ କୁମାର ଦାସ, ସମ୍ବିତ ବେହେରା ପ୍ରମୁଖ କଳାକାର ମାନେ ଅଭିନୟ କରିଥିଲେ।ଏହି କାର୍ଯ୍ୟକ୍ରମ ସମୟରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ,ବରିଷ୍ଟ ଟିଭି ଅଭିନେତା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଣିଗ୍ରାହୀ,ପ୍ରଫେସର ସମର ମୁଦାଲି ପ୍ରମୁଖ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ସେହିଭଳି ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହେବ ଅଦୃଶ୍ୟ ନାଟ୍ୟ ଆଶ୍ରମ ସଂସ୍ଥାର ସମ୍ବଲପୁରୀ ଭାଷାର ନାଟକ-‘ଥିପ୍‌ ଥିପ୍‌ ପାନି’। ଅତିଶ ଶତପଥିଙ୍କ ନିର୍ଦ୍ଦେଶନା ଓ ରଚନାରେ ପ୍ରଦର୍ଶିତ ହେବାକୁ ଥିବା ଏହି ନାଟକ ମାଧ୍ୟମରେ ଉତ୍କଟ ଜଳ ସମସ୍ୟା ର ନାଟ୍ୟ ରୂପାନ୍ତର ବେଶ ଆକର୍ଷଣ ର କେନ୍ଦ୍ରବିନ୍ଦୁ ହେବ। ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଦର୍ଶିତ ହେବ ଭୁବନେଶରର ନାଟ୍ୟ ଅନୁଷ୍ଠାନ ଶତାବ୍ଦୀର କଳାକାର ଦ୍ୱାରା ବହୁ ପ୍ରସାରିତ ନାଟକ- ‘ବାଞ୍ଛାର ବଗିଚା’। ମନୋଜ ମିତ୍ରଙ୍କ ମୁଳ ବଙ୍ଗାଳୀ ରଚନା ଏବଂ ଧିରେନ୍ଦ୍ରନାଥ ମଲ୍ଲିକ୍‌ଙ୍କ ଓଡ଼ିଆ ଅନୁବାଦ ଏବଂ ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ହେବାକୁ ଥିବା ଏହି ନାଟକ ମାଧ୍ୟମରେ ସାମ୍ପ୍ରତିକ ସାମାଜିକ ଶୋଷଣ ବ୍ୟବସ୍ଥାର ଏକ ଚିତ୍ର ପ୍ରଦର୍ଶିତ ହେବ। ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More