ଭଦ୍ରକ ( ସଂଘର୍ଷ ମିଡିଆ ) : ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଧାମରା ଅଞ୍ଚଳ ର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ଗ୍ରାମ ପଂଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ(୨୫) ପିତା- ରବି ଦାସ ୨୦୨୦ ନଭେମ୍ବର ୫ ତାରିଖ ଠାରୁ ଉତ୍ତରାଖଣ୍ଡ ଠାରେ ଥିବା ରୁଷିଗଙ୍ଗା ପାଓାର ପ୍ରକଳ୍ପରେ ଅଧିନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ରବିବାର ହୋଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ନାଗାର୍ଜୁନ ମଧ୍ୟ ନିଖୋଜ ହୋଇ ଥିବା କଥା ଜାଣିବାକୁ ପାଇଥିଲେ। ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଦାସ ଫୋନ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ନନ୍ଦାଦେବୀ ହିମଖଣ୍ଡର ସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା କଥା ଫୋନ ଯୋଗେ କହିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ନାଗାର୍ଜୁନଙ୍କ ବିଷୟରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନଥିବା ବେଳେ ନାଗାର୍ଜୁନଙ୍କ ପରିବାର ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲପଲାଇନ ନମ୍ବରରେ ଫୋନ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହଁ ଏବଂ ଖୁବ ଶୀଘ୍ର ସେମାନେ ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି କହିଥିବା ସୂଚନା. ଏଠାରେ ଉଲେଖଯୋଗ୍ୟ ନାଗାର୍ଜୁନଙ୍କର ଏକ ୨ମାସର ଶିଶୁପୁତ୍ର ଙ୍କ ସହ ତାଙ୍କର ବାପା,ମା ମଧ୍ୟ ପୁଅର ବାଟକୁ ଅନାଇ ବସିଛନ୍ତି।