ଉଠା ଜଳସେଚନ ବ୍ୟବସ୍ଥାର ବିଫଳତା ଯୋଗୁଁ ଚାଷୀ ହନ୍ତସନ୍ତ ହେବାକୁ ପଡୁଛନ୍ତି

85

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ ବର୍ତମାନ ବର୍ଷା ଅଭାବରୁ ଧାନ ବିଲ ଗୁଡିକ ଶୁଖି ଫାଟିଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଧାନ ଗଛକୁ ପାଣି ଅଭାବ ଯୋଗୁଁ ଧାନଫସଲ ନଷ୍ଟ ହେବାର ଦେଖାଗଲାଣି। ଯାହା କି ସୌରା ଗୁଡା ଗ୍ରାମରେ ଧାନ ଫସଲ ନଷ୍ଟ ହେବା ଯୋଗୁଁ ଚିନ୍ତାରେ ଚାଷୀ ବସିଛନ୍ତି। କାଶୀନଗର ବ୍ଲକ ଅନ୍ତର୍ଗତ ଶୀଙ୍ଗିପୁର ଗ୍ରାମ ନିକଟ ସୌରା ଗୁଡା ଗ୍ରାମରେ ଧାନ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ପଞ୍ଚାୟତ ର ସରପଞ୍ଚ ଚାଷୀ ମାନେ ଧାନ ଫସଲ ନଷ୍ଟ ହୋଇଥିବା ନେଇ କେ ଶିତାପୁରୁ ପଞ୍ଚାୟତର ସରପଞ୍ଚ ଶ୍ରୀ ଟେଜେଶ୍ୱର୍ ରାଓ ଙ୍କୁ ଅଭିଯୋଗ ଜଣାଇଥିଲେ। ସରପଞ୍ଚ ଏହି ବିଷୟକୁ ଗୁରୁତ୍ଵ ଦେଇ ଚାଷୀ ମାନଙ୍କ ବିଲ ପରିଦର୍ଶନ କରିଥିଲେ। ଏହି ଅଞ୍ଚଳର ପାଖାପାଖି ୬ ରୁ ଉର୍ଦ୍ଧ ଚାଷ ଜମି ବର୍ଷା ଅଭାବ ସାଙ୍ଗକୁ ଜଳ ସେଚନର ସଠିକ୍ ବ୍ୟବସ୍ଥା ନଥିବା ଯୋଗୁଁ ଫସଲ ନଷ୍ଟ ହୋଇ ଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଗୋଟିଏ ପଟ ଚାଷୀ ଧାନ ଫସଲ ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବି ସରକାରଙ୍କ ଠାରେ ସହଯୋଗ ପାଇଁ ଗୁହାରୀ କରିଛନ୍ତି। ଅପରପକ୍ଷରେ ସରକାରଙ୍କ ଉଠା ଜଳସେଚନ ବିଭାଗର ନିଘୋଡ଼ ନିଦରେ ଶୋଇଛନ୍ତି। କିନ୍ତୁ ସରକାର ଙ୍କ ଜୋଯନା ଉଠା ଜଳସେଚନ ବିଭାଗ ହେଉ କିମ୍ବା ମେଘା ଲିଫ୍ଟ ଜୋଯନା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରାଯିବାର ବେଳେ। ବର୍ତମାନ ବର୍ଷା ଅଭାବ ସମୟରେ ସରକାରଙ୍କ ଏହି ଯୋଜନା ଯଦି କାର୍ଯ୍ୟକ୍ଷମ ହୋଇ ଥିଲେ ଚାଷୀଙ୍କ ଚିନ୍ତା ଦୂର ହୋଇଥାନ୍ତା। ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ମାଳ ମାଳ ଜୋଯନା ଉଠା ଜଳସେଚନ ବିଭାଗର ପ୍ରଚୁର ପରିମାଣ ଅର୍ଥ ଉଠା ଜଳସେଚନ ବିଭାଗ ପକ୍ଷରୁ ବିନିଯୋଗ ହେଉଛି କିନ୍ତୁ କାଗଜ କଲମରେ ସିମୀତ। ଯଦି ଉଠାଜଳସେଚନ ବିଧି ବ୍ୟବସ୍ଥା ଠିକ୍ ଠାକ୍ କରିଥିଲେ ଆଜି ଧାନ ଫସଲ ଅମଳ କରିବା ପାଇଁ ଚାଷୀ ହତାଶ ହୋଇ ନଥାନ୍ତେ । ବର୍ତମାନ ଉଠା ଜଳସେଚନ ବିଭାଗର କାର୍ଯ୍ୟ ସୈଳୀ ଠିକ୍ ଠାକ୍ ନଥୁବାରୁ ଆଜି ରାସ୍ତା ଉପରେ ମୁଣ୍ଡ ରେ ହାତ ଦେଇ ହତାସିଆ ହୋଇ। ବର୍ଷା ପାଇଁ ଶ୍ବର୍ଗକୁ ଅନେକ ଚାଷୀ ବସିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More