ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଶ୍ରୀଯୁକ୍ତ ରଘୁନାଥ ବେହେରା। ସେ କେନ୍ଦ୍ରାପଡାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ବର୍ତ୍ତମାନ ସେ ଗଜପତି ଜିଲ୍ଲାରେ ନୂତନ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବାର ଜଣାପଡ଼ିଛି।ସେ 28,2,2024 ତାରିଖରେ ଦାୟିତ୍ବ ଗ୍ରହଣ କରିଥିବାର ପ୍ରକାଶ କରିଛନ୍ତି। ଜିଲ୍ଲାର ଉଠା ଜଳସେଚନ ବିଭାଗ ଦ୍ୱାରା ଚାଷୀ କିପରି ସୁଫଳ ପାଇ ପାରିବେ ତତ ସଙ୍ଗେ ସଙ୍ଗେ ସରକାରଙ୍କର ଯୋଜନା ଗୁଡିକରେ କିପରି ଚାଷୀ ଉପକୃତ ହୋଇ ପାରିବେ ,ଚାଷୀଙ୍କ ସମସ୍ୟା ସମାଧାନ କିପରି ହୋଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଥି ପୂର୍ବରୁ ନିର୍ବାହୀ ଯନ୍ତ୍ରୀ ଭାବେ ବିନୋଦ ଚନ୍ଦ୍ର ଦାଶ୍ ଦାୟିତ୍ୱ ତୁଲାଉଥିଲେ। ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର କର୍ମଚାରୀମାନେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଭାର ପ୍ରାପ୍ତ ନିର୍ବାହି ଅଧିକାରୀ ଶ୍ରୀ ରଘୁନାଥ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।