ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ରେ ବର୍ଷା ଅଭାବ ଲାଗିରହିଥିବା ବେଳେ କାଶୀନଗର ବ୍ଲକର ଚାଷୀଙ୍କ ଭରଷା କେବଳ ବଂଶଧାରା ନଦୀ, ଏ ଅଞ୍ଚଳ ରେ ଅଧିକାଂଶ ଜମୀ ଏହି ନଦୀ ଜଳରେ ଭଲ ଚାଷ ହୁଏ କିନ୍ତୁ ଚଳିତ ବର୍ଷର ଜଳାଭାବ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି, ବ୍ଲକ ର କିଡିଗାଁ ଠାରେ ବଂଶଧାରା ନଦୀର ବୃହତ ଉଠା ଜଳସେଚନ ପ୍ରକଳ୍ପ କୁ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡିର ବିଧାୟକ କେ. ନାରାୟଣ ରାଓ। ସେଠାରେ ଥିବା ଅଧିକାରୀ ଙ୍କ ସହ ସମସ୍ୟା ନେଇ ଆଲୋଚନା କରିବା ଅଚଳ ଅବସ୍ଥାରେ ଥିବା ପମ୍ପ ଗୁଡ଼ିକ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଙ୍କ ଗସ୍ତ ବେଳେ କିଡିଗାଁ,ସାରା,ବୁଦୁରା ଆଦି ଅଞ୍ଚଳର ବହୁ ଚାଷୀ ନିଜର ସମସ୍ୟା ନେଇ ଜଣାଇଥିବା ବେଳେ, ବିଧାୟକ ଏହି ପ୍ରକଳ୍ପ ଗୁଡ଼ିକର ସମସ୍ୟକୁ ନେଇ ବହୁ ଥର ବିଧାନସଭା ରେ ପ୍ରଶ୍ନ କରିଥିବା ବେଳେ ଆଗମୀ ଦିନରେ ପୁଣି ଉଠାଜିବ କହିଥିଲେ, ଗସ୍ତ ବେଳେ ବ୍ଲକ ର ପୂର୍ବତନ ଅଧକ୍ଷ ଚିତ୍ରୀ ସିମାଦ୍ରି, ବିସିସି ବ୍ୟାଙ୍କ୍ ନିର୍ଦ୍ଦେଶକ କେ. କିରଣ କୁମାର, ଯୁବ ନେତା ଏନ.ଅନିଲ କୁମାର ଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।