ବିରିଡି(ସଂଘର୍ଷ ମିଡିଆ) : – ବିରିଡି ବ୍ଲକ ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରଙ୍କୁ ସରପଞ୍ଚ ସରୋଜିନୀ ବାରିକ୍ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ପ୍ରଜ୍ଞା ପରିମିତା ଜେନା,ନାଏବ ସରପଞ୍ଚ ତ୍ରିଲୋଚନ ପାତ୍ର ଓ ତାପସ କୁମାର ଜେନା ସହାୟତା କରିଥିଲେ।ଜଗତସିଂହପୁର ମହିଳୋ ଠାରେ ଥିବା ତ୍ରିଲୋଚନ ନେତ୍ରାଳୟର ଚକ୍ଷୁ ବିଭାଗ ଟେକନ ସିୟନ ଶିଳ୍ପା ପାତ୍ର ଓ ଅଭୟ କୁମାର ମହାପାତ୍ର ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ମୋଟ ୨୨ ଜଣକର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ,ସେଥି ମଧ୍ୟରୁ ୫ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବାପାଇଁ ଜଗତସିଂହପୁର ତ୍ରିଲୋଚନ ନେତ୍ରାଳୟଙ୍କୁ ନିଆଯାଇଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।