ଜଗତସିଂହପୁର(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ଉକୁନ୍ଦରା ପଞ୍ଚାୟତର ଉକୁନ୍ଦରା ଗ୍ରାମର ଅରୁଣ କୁମାର ଭୋଇ ଓ ପତ୍ନୀ ରଂଜିତା ଭୋଇ ୨୦୨୦ ମସିହାରେ ପ୍ରଥମେ ରଂଜିତା ଓ ୬ ମାସପରେ ଅରୁଣଙ୍କର ଜଣ୍ଡିସ ରୋଗରେ ମୃତୁ ହୋଇଥିଲା । ତାଙ୍କର ଦୁଇପୁଅ ବଡ଼ପୁଅ ଅଛୁତାନନ୍ଦ ଭୋଇ ବୟସ ୭ବର୍ଷ ,ସାନପୁଅ ଅନନ୍ତ ଭାଇ ବୟସ ୪ବର୍ଷ ସେ ଏବେ ଅନାଥ ହୋଇ ଯାଇଛନ୍ତି। ଏବେ ବଡବାପା ମିଟୁ ଭୋଇଙ୍କ ଘରେ ଆଶ୍ରୟ ନେଇଛନ୍ତି ।ଏହି ଖବର ପାଇଁ ଭୁବନେଶ୍ୱରର ତ୍ରିଶକ୍ତି ଫାଉଂଡେସନର ପ୍ରତିଷ୍ଠାତା ଯୁବ ସମାଜସେବୀ ଅକ୍ଷୟ ଦାସ ଉକୁନ୍ଦରା ଗ୍ରାମର ଅରୁଣଙ୍କ ଘରେ ପହଂଚି ଦୁଇ ପିଲାଙ୍କୁ ପାଠପଢା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ରେସନ ସାମଗ୍ରୀ ପ୍ରଦାନ କରିଛନ୍ତି ଓ ଆଗକୁ ଆହୁରି ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ କାର୍ତ୍ତିକଚନ୍ଦ ବେହେରା ଓ ପିଲାମାନଙ୍କ ବଡବାପା ଓ ବଡବୋଉ ଓ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।