ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରତିଷ୍ଠା ନେଇ ବାଲୁକାକଳା ମଧ୍ୟରେ ବାର୍ତ୍ତା

30

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ କିଭଳି ଭାବରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ପ୍ରତିଷ୍ଠା ହେବ,ସେନେଇ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ବାଲୁକାକଳା ମଧ୍ୟରେ ବାର୍ତ୍ତା ଦେଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଯୁଦ୍ଧରେ ମୃତ୍ୟୁବରଣ କରିଥିବା 500ରୁ ଅଧିକ ଲୋକଙ୍କୁ ସୁଦର୍ଶନ ବାଲୁକାକଳା ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତଙ୍କ ସୁସ୍ଥତା କାମନା କରିଛନ୍ତି। ତେବେ ସୁଦର୍ଶନ ନିଜ ବାଲୁକାକଳାରେ PRAYING FOR PEACE,,, SOLIDARITY WITH HUMANITYର ବାର୍ତ୍ତା ଉଭୟ ରାଷ୍ଟ୍ରଙ୍କ ପାଇଁ ଲେଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More