ଇସ୍ପାତ ସହରରେ ଦେବ ବିନ୍ଧାଣୀଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

27

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : ଇସ୍ପାତ ନଗରୀ ରାଉରକେଲାରେ ଦେବ ବିନ୍ଧାଣୀ ଶ୍ରୀ ଶ୍ରୀ ବିଶ୍ବକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ସ୍ମାର୍ଟ ସିଟିର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା କରାଯାଇଛି । ଏହି କ୍ରମରେ ରାଉରକେଲା କ୍ଲବ ଠାରେ ଦେବ ବିନ୍ଧାଣୀଙ୍କ ୨୫ବର୍ଷ ସିଲଭର ଜୁବୁଲି ଉପଲକ୍ଷେ ସ୍ବତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା । ଏହି ମହୋତ୍ସବରେ କ୍ଲବର ମ୍ୟାନେଜର ପ୍ରମୋଦ କୁମାର ପଟ୍ଟନାୟକ କର୍ତ୍ତା ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦେବବ୍ରତ ମହାନ୍ତି, ଅରୁଣ ସାମଲ,ମୂରଲୀ, ସମୀର,କୃଷ୍ଣ,ସନାତନ, ସୁଦାମ,ରମେଶ,ସଞ୍ଜୟ, ଅନନ୍ତ,ଭିକି, କାର୍ତ୍ତିକ, ଯୁଗଳ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ଭାଗନେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More