ଇସ୍ପାତ ଶିଳ୍ପରେ ଜେଏସଡବ୍ଲ୍ୟୁର ସ୍ଥାନ ବିଶ୍ୱରେ ସ୍ଵତନ୍ତ୍ର

17

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏକ ଗଣମାଧ୍ୟମ ପ୍ରତନିଧି ଦଳର ତିନି ଦିନିଆ ବିଜୟନଗର ଗସ୍ତ ଶେଷ ହୋଇଛି। ପ୍ରଥମ ଦିନରେ ଜେଏସଡବ୍ଲ୍ୟୁର ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଲୁହାପଥର ଭଳି ଅନ୍ୟାନ୍ୟ କଞ୍ଚାମାଲକୁ ବ୍ୟବହାର କରାଯାଇ କିଭଳି ଭାବେ ପ୍ରକ୍ରିୟାକରଣ କରାଯାଇ ଷ୍ଟିଲ ଓ ଲୁହା ପ୍ରସ୍ତୁତ କରାଯାଉଛି ତାହା ବୁଲି ଦେଖିଥିଲେ।ଏହା ପରେ ଜେଏସଡବ୍ଲ୍ୟୁ ଗ୍ରୁପ ର ପ୍ରତିଷ୍ଠାତା ସ୍ବର୍ଗତ ଓପି ଜିନ୍ଦଲ ସେଣ୍ଟର ପରିଦର୍ଶନ କରିଥିଲେ।ଏଠାରେ ମହିଳା ମାନଙ୍କୁ କିଭଳି ଭାବେ ତାଲିମ ପ୍ରଦାନ କରାଯାଇ ଜିନ୍ସ ପ୍ୟାଣ୍ଟ, ଯାକେଟ ଓ ଅନ୍ୟ ପୋଷାକ ତିଆରି କରିବା , ଅଦରକାରୀ ପ୍ଲାଷ୍ଟିକ ଓ ପଲିଥିନ ରୁ ବିଭିନ୍ନ ପ୍ରକାରର ସୁନ୍ଦର ହାତ ତିଆରି ଜିନିଷ ପ୍ରସ୍ତୁତ କରିହୁଏ ସେ ସବୁକୁ ବୁଲି ଦେଖିଥିଲେ।ଏଥି ସହିତ ଜେଏସ ଡବ୍ଲ୍ୟୁ ପକ୍ଷରୁ ଆଖ ପାଖ ଗାଁରେ କିଭଳି ଭାବରେ ଲୋକମାନଙ୍କ ମୌଳିକ ସୁବିଧା ପାଇଁ ମେଡିକାଲ୍, ସ୍କୁଲ, କଲେଜ ଓ ରାସ୍ତାଘାଟ,ଟାଉନସିପ ସୁବିଧା କରାଯାଇଛି ବୁଲି ଦେଖିଥିଲେ। ବିଶେଷ କରି କ୍ରୀଡା କ୍ଷେତ୍ରରେ ଜେଏସଡବ୍ଲ୍ୟୁର ଯଥେଷ୍ଟ ଅବଦାନ ରହିଥିବା ବେଳେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତଥା ଅଲମ୍ପିକ୍ସ ପ୍ରତିଯୋଗିତାରେ କ୍ରୀଡାବିତ ମାନେ କିଭଳି ଭାବେ ଭାଗ ନେଇ ନିଜ ଦେଶ ପାଇଁ ବିଜୟୀ ହୋଇ ଗୌରବ ଆଣି ପାରିବେ ସେଥିପାଇଁ କିଭଳି ବ୍ୟବସ୍ଥା ଓ ସୁଯୋଗ ରହିଛି ତାହା ବୁଲି ଦେଖିଥିଲେ। ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ମାନେ ଏ ସବୁ କ୍ଷେତ୍ର ପରିଦର୍ଶନ ପରେ ନିଜ ରାଜ୍ୟ ପାଇଁ ତଥା ସ୍ଥାନୀୟ ଜଗତସିଂହପୁର ଜିଲ୍ଲାରେ ଜେଏସଡବ୍ଲ୍ୟୁ ପ୍ଲାଣ୍ଟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିଲେ। ସବୁଜ ବଳୟ ମଧ୍ୟରେ ଏଭଳି ଏକ ଷ୍ଟିଲ ପ୍ଲାଣ୍ଟ ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ବହୁତ୍ ବଡ଼ ସୁଯୋଗ ରହିଛି ବୋଲି କିଛି ବରିଷ୍ଟ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଂଚଳର ପାରିପାର୍ଶ୍ବିକ ଉନ୍ନତି,ହଜାର ହଜାର ସଂଖ୍ୟାରେ ନିଯୁକ୍ତି , ସୁନ୍ଦର ପରିବେଶ,ଏସବୁ ନିଜେ ଅନୁଧ୍ୟାନ କରିବା ପରେ ଓଡ଼ିଶାରେ ଏହା ଠାରୁ ଅଧିକ ବଡ଼ ପ୍ଲାଣ୍ଟ ପ୍ରତିଷ୍ଠା ହେଉ ବୋଲି ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଅମର ପରିଡା,ସୁକଦେବ ଜେନା, କାହୁଁ ଚରଣ ନନ୍ଦ , ସନ୍ଦୀପ ଲେଙ୍କା,ଦୁର୍ଯ୍ୟୋଧନ ମହାରଣା,ମନୋଜ କୁମାର ଦାଶ,ସୁରେନ୍ଦ୍ର କୁମାର ବିଶ୍ବାଳ, ସରୋଜ କାନ୍ତ ସାହୂ,ଅରୁଣ ପରିଡ଼ା, ଚିତ ରଞ୍ଜନ ସ୍ୱାଇଁ ପ୍ରମୁଖ ପ୍ରକାଶ କରିଥିଲେ ।ଏଥି ସହିତ ଜେଏସଡବ୍ଲ୍ୟୁ ବିଜୟନଗର ପ୍ଲାଣ୍ଟର ସମସ୍ତ ବରିଷ୍ଠ ଅଧିକାରୀ ଓ ଅନ୍ୟ ସମସ୍ତ ବିଭାଗର ସହଯୋଗ, ଆତିଥ୍ୟ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ କୃତଜ୍ଞତା ଜ୍ଞାପନ କରିଥିଲା ବେଳେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପାରାଦୀପ ପକ୍ଷରୁ ମଧ୍ୟ ଧନ୍ୟବାଦ୍ ପ୍ରଦାନ କରାଯାଇଛି। ଭୁବନେଶ୍ୱରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More