ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସଦର ମହକୁମାର ସ୍ଥିତ ଇସ୍କାନ ମନ୍ଦିର ଠାରେ ପବିତ୍ର ସଟତିଲା ଏକାଦଶୀ ଉତ୍ସବ ପାଳିତ ହୋଇଯାଇଛି।. ଏହି ପବିତ୍ର ଅବସରରେ ବୈଷ୍ଣବ ଶାଧୂ ମାନଙ୍କ ସହ ସହରର ବହୁ ଭଦ୍ରବ୍ୟକ୍ତି ତଥା ଶ୍ରୀ କୃଷ୍ଣଙ୍କ ଭକ୍ତ ମାନେ ଏକତ୍ରିତ ହୋଇ ,ପ୍ରଥମେ ମନ୍ଦିର ଠାରୁ ହରି ନାମ ସଂକୀର୍ତ୍ତନରେ ବାହାରି ନଗର ପରିକ୍ରମା କରିଥିଲେ। ନୂଆପଡା ଇସ୍କାନ ଶାଖାର ପରିଚାଳକ ବ୍ରମଃଚାରି ଜଗମୋହନ ଶ୍ୟାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବହୁ ସଂଖ୍ୟରେ ଭକ୍ତ ଗଣ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଶ୍ରୀମଦ ଭଗବତ କଥା ଉତ୍ସବରେ ଶ୍ରୀ ଭକ୍ତି ବିଳାସ ଗୌର ଚନ୍ଦ୍ର ସ୍ୱାମୀ ଏକାଦଶୀ ବ୍ରତର ମାହାତ୍ମ୍ୟ ଓ ଭଗବତ ଗୀତା, ଶ୍ରୀମଦ ଭାଗବତମ ଆଦି ବୈଦିକ ଶାସ୍ତ୍ରର ଶିକ୍ଷାନୁସାରେ କୃଷ୍ଣଭାବନାରେ ଭାବିତ ହୋଇ ବ୍ୟବହାରିକ ଦୌନନ୍ଦିନ ଜୀବନରେ ମନୁଷ୍ୟ ନିଜ ଜୀବନରେ ଆଚରଣ କରି, କିପରି ସୁଙ୍ଖଳିତ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ହୋଇପାରିବ ଓ ଦୁଖପୁର୍ଣ୍ଣ ଏହି ଭୌତିକ ସଂସାରରୁ ମନୁଷ୍ୟ ମୁକ୍ତ ହୋଇପାରିବ ତାରି ଉପରେ ଭାଗବତ କଥା ରଖିଥିଲେ। ସ୍ରୋତା ଭାବେ ସହରର ବହୁ ଭଦ୍ରବ୍ୟକ୍ତି ଓ ମହିଳା ମାନେ ଯୋଗଦେଇ ବହୁ ଆନନ୍ଦ ଲାଭ କରିଥିଲେ।