ଇଲେଟ୍ରିକ ସକ ଲାଗି ଯୁବକ ମୃତ

19

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ମଙ୍ଗଳ ବାର ଦିନ ସକାଳ ପ୍ରାୟ ପାଞ୍ଚ ଟା ସମୟରେ,କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ଗ୍ରାମ ର ଜଣେ ଯୁବକ ଇଲେଟ୍ରି ସକ୍ ରେ ତାଙ୍କର ମୃତୁ ଘଟିଛି। ଘଟଣା ସଂପର୍କରେ ଖବର ଦେବାରୁ ଜଣାଯାଏ ଯେ ଅଧମୁଣ୍ଡା ଗ୍ରାମର, ଲକ୍ଷ୍ମଣ ଗୌଡ ବୟସ( 24 )ବାପା, ଗଜ ଗୌଡ,ସକାଳଭୋର ସମୟରେ ସେ ପ୍ରାତ ଭ୍ରମଣ ସାରି ଘରକୁ ଫେରି ବା ସମୟରେ ତାଙ୍କ ଘରକୁ ଯିବା ସମୟରେ କୁକୁର ଚାରୋଟି ଦୌଡ଼ି ଆସିବାରୁ ସେ ସାଇଟ୍ ହେବା ସମୟରେ ହଠାତ୍ ଟ୍ରାସଫାର୍ମର ରେ ଲାଗିଯାଇ ଥିବାରୁ ସେ ତଳେ ପଡ଼ି ଯାଇଥିଲେ।ତାପରେ ସ୍ଥାନିୟ ଲୋକେ ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇ ଥିଲେ ।ପରେ ଉକ୍ତ ବ୍ୟକ୍ତି କୁ ପା ଷ୍ଟିକୁଡି ଡାକ୍ତର ଖାନ କୁ ଚିକିତ୍ସା ପାଇଁ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ।ଏବଂ ଡାକ୍ତର ଭବାନୀପାଟଣା ସଦର ଥାନା ପୋଲିସ କୁ ଜଣାଇ ଥିଲେ।ଖବର ପାଇଁ ସଦର ଥାନା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ମୃତ ବ୍ୟକ୍ତି ଙ୍କୁ ପୋଷ୍ଟମଟମ ପାଇଁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତର ଖାନ କୁ ପଠାଇ ଥିଲେ। ଗ୍ରାମ ବାସି ଅଭିଯୋଗ ଆଣିଛନ୍ତି । ବିଦ୍ୟୁତ୍ ବିଭାଗର ଅଣଦେଖା ପାଇଁ ଆଜି ଏକ ଜୀବନ ଗଲା କାରଣ ଟ୍ରାସଫର୍ମର କୁ ବାଡା ବା ସ୍ଥାନାନ୍ତର ପାଇଁ ଇଲେକ୍ଟ୍ରିକାଲ ବିଭାଗ କୁ ଅନେକ ସମୟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି l କିନ୍ତୁ ଇଲେଟ୍ରି ବିଭାଗ କର୍ଣ୍ଣପାତ କରୁନଥିଲା। ଆଗରୁ ଅନେକ ଘଟଣା ଘଟିଛି ବର୍ତ୍ତମାନଏହି ମୃତୁ ଏହାର ଦାଇ ଇଲେଟ୍ରି ବିଭାଗ ଏଣୁମୃତ ପରିବାର ଓ ଗ୍ରାମ ବାସି ନିନ୍ଦା କରିଛନ୍ତି।ଓ ଯଦି ମୃତ ପରିବାର ଙ୍କୁ କିଛି ସାହାଯ୍ୟ ସହଯୋଗ ନ ଯୋଗାଇନ ଦିଅନ୍ତି ତା ହେଲେ ଗ୍ରାମବାସୀ ରାଜ ରାସ୍ତା ରୋକ କରିବୁ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି। କଳାହାଣ୍ଡି ଭବାନୀପାଟଣାରୁ ସଞ୍ଚ ବ ରଥ ଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More