ଇଭିଏମ ଗୁଡିକର ଟେଷ୍ଟିଂ ଆରମ୍ଭ

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ଜିଲ୍ଲାକୁ ହାଇଦ୍ରାବାଦ ସ୍ଥିତ ଇ ସି ଆଇ ଏଲ କମ୍ପାନୀରୁ ସମ୍ପୂର୍ଣ୍ଣ ନୂଆ ଇଭିଏମ ବା ଭୋଟିଂ ମେସିନ ପହଞ୍ଚିଛି। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀ ରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମ ରେ ରଖାଯାଇଥିଲା। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତ କ୍ରମେ ଏହି ମେସିନ ଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଛି।ପ୍ରାରମ୍ଭରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତି ରେ ଇଭିଏମ ଗୋଦାମ ଖୋଲାଯାଇଥିଲା।ଏହି ଟେଷ୍ଟିଂ କାର୍ଯ୍ୟକୁ ପିକେଡିଏ ର ସମ୍ପାଦକ ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଓ ଓଡ଼ିଶା ପ୍ରଶାସନିକ ସେବା ର ପ୍ରୋବେସନର ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ୬୦ ଗୋଟି ଟିମ ମାଧ୍ୟମରେ କରାଯାଉଛି। ଇସିଆଇଏଲ ର ସେକ୍ସନ ଅଧିକାରୀ ପୱନ କୁମାର ଭଟ୍ଟର ସୁପରଭାଇଜିଂ ଅଧିକାରୀ ଭାବେ ଇସିଆଇଏଲ ପକ୍ଷରୁ ଯୋଗ ଦେଇ ମେସିନ ଗୁଡିକର କାର୍ଯ୍ୟ ଦକ୍ଷତା ଓ ସମସ୍ୟା ଥିଲେ ସମାଧାନ କରିବାକୁ ଉପସ୍ଥିତ ରହିଛନ୍ତି। ନୂଆ ମେସିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ୱଭାବିକ ପ୍ରକ୍ରିୟା। ଟେଷ୍ଟିଂରେ ଯେଉଁ ମେସିନ ଗୁଡିକ ରେ ସମସ୍ୟା ଥିବ ତାହାକୁ ଇସିଆଇଏଲର ଇଞ୍ଜିନିୟର ମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More