ଇଭିଏମ୍ ଫାଷ୍ଟ ଲେଭଲ ଚେକିଂ ପାଇଁ ଗୃହ ନିର୍ମାଣର ଶୁଭାରମ୍ଭ

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଇଭିଏମ୍ ଫାଷ୍ଟ ଲେଭଲ ଚେକିଂ ପାଇଁ ଗୃହ ନିର୍ମାଣର ଶୁଭ ଦିଆଗଲା। ପୁରୀ ୨୧ ୭ ପ୍ରତ୍ୟେକ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନର ଫାଷ୍ଟ ଲେଭଲ ଚେକିଂ ଜରୁରୀ ହୋଇଥାଏ।ବିଶେଷ କରି ଇଭିଏମ୍ ଗୁଡିକ ବିଭିନ୍ନ ସ୍ଥାନରୁ ଆସି ସମ୍ପୃକ୍ତ ଜିଲ୍ଲାର ଇଭିଏମ୍ ଗୋଦାମରେ ପହଞ୍ଚିବା ପରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଫାଷ୍ଟ ଲେଭଲ ଯାଞ୍ଚ କରାଯାଇ ମେସିନ ଗୁଡିକର ସଠିକତା ଓ ନିରପେକ୍ଷତାକୁ ଅନୁଧ୍ୟାନ କରାଯାଇଥାଏ।ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏହା ଜରୁରୀ ହୋଇଥାଏ। ବର୍ତ୍ତମାନ ଇସିଆଇ ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜିଲ୍ଲା ର ଇଭିଏମ୍ ଫାଷ୍ଟ ଲେଭଲ ଯାଞ୍ଚ ସୁବିଧା ପାଇଁ ଗୃହ ନିର୍ମାଣ କରାଯାଉଛି।ଏଥିପାଇଁ ଆଜି ପେଣ୍ଠ କଟା ସ୍ଥିତ ଇଭିଏମ୍ ଗୋଦାମ ଉପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ନିର୍ମାଣ ର ଶୁଭ ଦେଇଛନ୍ତି।ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ସାରିବାକୁ ଶ୍ରୀ ସାହୁ ଗୁରୁତ୍ୱ ଦେଇଛନ୍ତି।ଇସିଆଇ ଏହି ନିର୍ମାଣ ପାଇଁ ଗୁରୁତ୍ୱ ଦେଉଛନ୍ତି।ତେଣୁ ଏହାକୁ ଯଥାଶୀଘ୍ର ଶେଷ କଳିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶୁକଦେବ ସାହୁ ଓ ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More