ନବରଙ୍ଗପୁର(ସଂଘର୍ଷ ମିଡିଆ): – ଅପରାଧିଙ୍କ ଗତି ବିଧି ଉପରେ ନଜର ରଖିବା , ଗଞ୍ଜେଇ ଚୋରା କାରବାର ରୋକିବା, ପର୍ଯ୍ୟଟକଙ୍କ ସୁରକ୍ଷା,ନକ୍ସଲଙ୍କ ଗତିବିଧି ଉପରେ ନଜର ପାଇଁ ସିସିଟିଭି କ୍ୟାମେରାର ଆଵଶ୍ୟକତା ରହିଛି। ଅପରାଧ ରୋକିବା ଜଳଭଣ୍ଡାରର ସୁରକ୍ଷା ସହ ପର୍ଯ୍ୟଟନ ଋତୁରେବ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୋଲାବ ଜଳଭଣ୍ଡାର ରେ ୩୨ଟି ସିସିଟିଭି କ୍ୟାମେରା ଲାଗିଥିବା ବେଳେ ସେହି ଗୋଟିଏ ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ ଅଧୀନରେ ଥିବା ଇନ୍ଦ୍ରାବତୀ ର କୌଣସି ବନ୍ଧ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗା ନଯିବାର କାରଣ କଣ? ମୁରାନ ବନ୍ଧ ,କପୁର ବନ୍ଧ ,ପୋଡ଼ାଗଡ଼ ବନ୍ଧ ତଥା ଦେଓପାଲି ବନ୍ଧ ୪୮ କିମି ବ୍ୟାସାର୍ଦ୍ଧ ରେ ଥିବା ଚାରି ବନ୍ଧ ର ସୁରକ୍ଷା କିଛି ଲାଠି ଓ ଅଳ୍ପ ସଂଖ୍ୟକ ଗନ ମ୍ୟାନ ସୁରକ୍ଷା କର୍ମୀଙ୍କ ଭରସାରେ ,ତା ପୁଣି ଘରୋଇ ସୁରକ୍ଷା ସଂସ୍ଥା ପରିଚାଳନାରେ। ଜଳ ଭଣ୍ଡାର ଅଞ୍ଚଳରେ ଆତ୍ମହତ୍ୟା ଠୁଁ ଆରମ୍ଭ କରି ହତ୍ୟା କାଣ୍ଡ ଘଟିଥିବା ନଜିର ରହିଛି। ବନ୍ଧ ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳରେ କିଛି ଶବ ମିଳିଛି ଚିହ୍ନଟ କରିବା କଷ୍ଟ ହେବା ସହ ହତ୍ୟା କି ଆତ୍ମହତ୍ୟା ଜଣାପଡିନି। ସହଜରେ ଡ୍ୟାମ ଅଞ୍ଚଳରେ କୌଣସି ମୋବାଇଲ ସେବା ମିଳୁନି, ଉଚ୍ଚ ସ୍ଥାନକୁ ଗଲେ ମୋବାଇଲ ସେବା ମିଳିପାରୁଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ବନ୍ଧ ଗୁଡିକର ସୁରକ୍ଷା କଣ କିଛି ହାତ ଗଣତି ସୁରକ୍ଷାକର୍ମୀ କରି ପାରିବେ। ମୁରାନ ବନ୍ଧ ,ଦେଓପାଲି ବନ୍ଧ ଅଞ୍ଚଳରେ ଥିବା ପାର୍କକୁ ପର୍ଯ୍ୟଟକ ଆସିଥାନ୍ତି । ସେହିଭଳି ଦେଓପାଲି ବନ୍ଧ ପାର୍ଶ୍ଵ ରାସ୍ତା ତଲନାଗି ଗ୍ରାମବାସୀଙ୍କ ତେନ୍ତୁଳିଖୁଣ୍ଟିକୁ ଯିବା ରାସ୍ତା । ପୋଡ଼ାଗଡ଼ ବନ୍ଧ ଦେଇ ବାହାଡ଼ାଘାଟବାସୀଙ୍କ ତଥା ଜଳବନ୍ଦୀ ଉଭୟ କଳାହାଣ୍ଡି (ପୋଡ଼ାପଦର ଗ୍ରାମ ପଞ୍ଚାୟତ) ଓ ନବରଙ୍ଗପୁର (ମଞ୍ଚଗାଁ) ବାସୀଙ୍କ ଡଙ୍ଗା ଘାଟ ରାସ୍ତା। ପୋଡ଼ାଗଡ଼ ବନ୍ଧ ଜଳଭଣ୍ଡାର ଘାଟ ରେ ୧୦୮ ବୋଟ ଆମ୍ବୁଲାନ୍ସ ରହୁଛି । ଏଣୁ ସାମଗ୍ରିକ ଭାବେ ସୁରକ୍ଷା ପାଇଁ ଚାରି ବନ୍ଧ ଅଞ୍ଚଳରେ ଅଧିକ ସୁରକ୍ଷା କର୍ମୀ ନିୟୋଜନ ସହ ସିସି କ୍ୟାମେରାର ଆଵଶ୍ୟକତା ରହିଛି। ବିଶେଷ ସୂତ୍ର ରୁ ପ୍ରକାଶ ଯେ ଏହି ଅଞ୍ଚଳରେ ନକ୍ସଲଙ୍କ ଗତି ବିଧି ରହିଛି । ଏହି ଡ୍ୟାମ ରାସ୍ତା ଚୋରା ଅପରାଧିଙ୍କ କାରବାରର କରିଡର। ଏହି ଜଳ ଭଣ୍ଡାର ଅଞ୍ଚଳ ରାସ୍ତାରେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି।ସୁରକ୍ଷା ଦୃଷ୍ଟିକୋଣରୁ ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରାର ନିହାତି ଆବଶ୍ୟକତା ରହିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଧନ ଜୀବନ ରକ୍ଷା ସହ ଚୋରା ଗଞ୍ଜେଇ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଇବା ପାଇଁ ଏ ଅଞ୍ଚଳ ବାସୀ ଦୃଢ ଦାବୀ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l