ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

40

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି CPI ତରଫରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମରାମତି ଓ ଚାଷୀଙ୍କୁ ଶୀଘ୍ର ପାଣି ଯୋଗାଣ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜୁନାଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦିଆଯାଇଥିଲା । CPI ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଦାମୋଦର ବେହେରାଙ୍କ ନେତୃତ୍ବରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ସ୍ଥାନୀୟ RMC ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ଏବଂ ବ୍ଲକ ପରିସରରେ ଏକ ସଭା କରି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମରାମତି ଓ ଲାଇନିଂ କାମ ଶୀଘ୍ର ଶେଷ କରି ଚାଷୀଙ୍କୁ ତୁରନ୍ତ ପାଣି ଯୋଗାଇଦେବା ସହ ନିର୍ମାଣ ଶ୍ରମିକ ମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ,ମରୁଡ଼ି କ୍ଷତିପୂରଣ ଓ ମାଗଣାରେ ବିହନ, ସାର ,ଜଙ୍ଗଲ ଜମିର ପଟ୍ଟା ବଣ୍ଟନ,ଦୁଣ୍ଡା ଓ ଲଖନା ପଡା ଗ୍ରାମକୁ ରାସ୍ତା ନିର୍ମାଣ, ଜବକାର୍ଡ଼ ଧାରୀଙ୍କୁ ଶହେ ଦିନର କାମ ଯୋଗାଣ,ଖଣ୍ଡୁଆଲ ମାଳି ସୁରକ୍ଷା,ଖଣି ଖନନ ବନ୍ଦ ଓ ରିଜର୍ଭ ଫରେଷ୍ଟ ସୁରକ୍ଷା ପ୍ରଭୃତ୍ତି ଦାବୀ କରିଥିଲେ । ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସମେତ ଦୁର୍ୟୋଧନ ମାଝୀ, ଅକ୍ଷୟ ମେହେର,ଜଗଦୀଶ ଦୁର୍ଗା,ବନମ୍ବର ମେହେର,ସଞ୍ଜୟ ସୁନାନୀ, ବନିତା ମାଝୀ ,ମସ୍ତକ ସୁନାନୀ,ସୁରେନ୍ଦ୍ର ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା -ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More