ଇନସାଫ ଓ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଗାନ୍ଧୀଙ୍କ ଦୃଷ୍ଟିରେ ପରିବେଶ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା ସଦରମହକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଇନସାଫ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ଗାନ୍ଧୀ ସମାଗମ ଓ ପରିବେଶ ସୁରକ୍ଷା ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଉଦଘାଟକ ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟଅତିଥିଭାବେ ଜିଲ୍ଲାପାଳ ପାରୁଲ ପଟାୱରୀ ଯୋଗଦେଇଥିବାବେଳେ ସମ୍ନାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା , ଇଫକୋର ଆସିଣ୍ଟାଣ୍ଟ ମ୍ୟାନେଜର ପ୍ରସନ୍ନ କୁମାର ବେହୁରା , ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ , ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ଡ଼:ପ୍ରଫୁଲ୍ଲ କୁମାର ମହାନ୍ତି , ଓଡିଶା ବିଜ୍ଞାନ ଏକାଡେମୀ ସମ୍ପାଦକ ଦ:ଆଶିଷ କୁମାର ମହାନ୍ତି ଓ ଓଡିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଡ଼:ସୁରେନ୍ଦ୍ର ନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଆଦର୍ଶ ,ନୀତି ଓ ପରିବେଶ ସୁରକ୍ଷାର ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ପରିବେଶବିତ ତଥା ଇନସାଫ ମୁଖ୍ୟ ଉତ୍କଳରଞ୍ଜନ ମହାନ୍ତି ସଭା ପରିଚାଳନା କରିଥିଲେ । ପ୍ରକୃତି ବନ୍ଧୁ ତଥା ମଇଁଦିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ରଂଜନ ଦାଶ ଙ୍କ ସମେତ ବହୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର,ପରିବେଶ ବିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଗାନ୍ଧୀ ଓ ପରିବେଶ ଉପରେ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ଶେଷରେ ଏହି କାର୍ଯ୍ୟକ୍ରମରେ ପରିବେଶବିତ , ସାମ୍ବାଦିକ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More