ଇନର ହୁଇଲ କ୍ଲବ ତରଫରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

16

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) :- ଜୀବନରେ ଆମେ ଅନେକ ଜିନିଷ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ। ସେହି ବସ୍ତୁକୁ ପୁନଃବ୍ୟବହାର କରି ଅନେକ ସୁନ୍ଦର ଆବଶ୍ୟକୀୟ ଉପକରଣ ତିଆରି କରାଯାଇପାରିବ ଓ ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବ। ଏହି ଜିରୋ ଓଏଷ୍ଟ (Zero Waste) ବାର୍ତ୍ତାକୁ ନେଇ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଗୋଲଘର ସିଂହାସିନୀପଲୀ ଓ ଗଂଜାମପଲୀ ମହିଳା ଆରୋଗ୍ଯ ସମିତିର ମହିଳାମାନଙ୍କ ସହ ଆୟୋଜନ କରାଯାଇଥିଲା। ଏତଦ୍ଵାରା ପ୍ରେରିତ ହୋଇ ମହିଳାମାନେ ନିଜଘରୁ ବାହାରୁଥିବା ପୁରୁଣା ଅବ୍ୟବହୃତ ପଦାର୍ଥ ମାନଂକ ସାହାଯ୍ଯରେ ନାନାଦି ବ୍ୟବହାର ଉପଯୋଗୀ ବସ୍ତୁ ନିର୍ମାଣ କରିଥିଲେ। ଶୁଖିଲାପତ୍ର ଓ ପରିବାଚୋପାକୁ ନଫିଙ୍ଗି, ଗଛମୂଳରେ ଦେବାର ସାର ପ୍ରସ୍ତୁତ କରିଥିଲେ। ସମିତିର ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ଲାଷ୍ଟିକ ଓ ଜରି ସବୁ ଏଣେତେଣେ ନଫୋପାଡି ବୋତଲରେ ଭରି ସେଥିରେ ଉପକରଣମାନ କରାଯାଇପାରିବ ଓ ତଦ୍ଦ୍ବାରା ପ୍ରଦୂଷଣ କମ୍ ହେବ ବୋଲି ବୁଝାଇ କୁହାଯାଇଥିଲା। କ୍ଲବ ସଭାପତି ପ୍ରମିଳା ମିଶ୍ର ସେମାନଙ୍କୁ ଉତ୍ସାହିତ କରିବାକୁ ଆଗକୁ ଆହୁରି ଏପରି କାର୍ଯ୍ଯକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି। ସଚିବ ମହିମା ମହାପାତ୍ର ଓ ପ୍ରକଳ୍ପ ଅଧ୍ୟକ୍ଷ ଗୌରୀ ନାଗଙ୍କ ସମେତ ପ୍ରାକ୍ତନ ପ୍ରେସିଡେଣ୍ଟ ଡଃ ମିନତି ପଣ୍ଡା, କାବେରୀ ବାନାର୍ଜୀ, ପ୍ରତିମା ମହାପାତ୍ର, ଅମ୍ରିତା ତ୍ରିପାଠୀ, ଅଜିତା ମହାନ୍ତି, ସିମରନଜିତ ଶେଖୋ, ଡଃ ତନୁଶ୍ରୀ ଜେନା, ଆରତି ଷଡଙ୍ଗୀ, ମମତା ପାଠୀ, ମଞୁବାଳା ପାଢୀ, ସବିତା ପଟନାୟକ, ଆରତୀ ପଣ୍ଡା, ଜ୍ୟୋତ୍ସ୍ନା ମିଶ୍ର ଓ ଡିମ୍ପଲ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ଯ ଇନର ହୁଇଲର ନୂତନ ବର୍ଷ ଜୁଲାଇ ପହିଲା ରେ କରାଯାଇଥାଏ। ଏହି ବର୍ଷ ପ୍ରଥମେ କ୍ଲବ ସଦସ୍ଯା ମାନେ ଡାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରି ଡାକ୍ତର ଦିବସ ପାଳନ କରିଥିଲେ ଏବଂ ରାଉରକେଲା ସରକାରୀ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାର ରେ ରୋଟାରି କ୍ଲବ ମାନଙ୍କ ସହ ଏକ ମିଳିତ ରକ୍ତଦାନ ଶିବିର ଆୟୋଜନ କରିଥିଲେ ଯେଉଁଥିରେ ଅନେକ ରୋଟାରିଆନ ଓ ଇନର ହୁଇଲ ମେମ୍ବର ରକ୍ତଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More