ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କଟକର ୭ ବର୍ଷର ଛାତ୍ର ଶୁଭମ୍

23

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ମାତ୍ର ୩ ମିନିଟ୍ ୫୫ ସେକେଣ୍ଡରେ ୧୬ଟି ଶ୍ଳୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି କଟକର ଜଣେ ୭ ବର୍ଷର ଛାତ୍ର ଶୁଭମ୍ ଶ୍ବସ୍ତିକ ନାୟକ। ଏତେ କମ୍ ସମୟରେ ସମୂର୍ଣ୍ଣ ଶିବ ତାଣ୍ଡବ ମନ୍ତ୍ର ଏବଂ ୧୫ଟି ଅନ୍ୟାନ୍ୟ ସଂସ୍କୃତ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସର ଅଧିକାରୀ ହେଇପାରିଛନ୍ତି ଶୁଭମ୍। କଟକ ମେରିଆ ବଜାର ଅଞ୍ଚଳର ବାସିନ୍ଦା ସୁବାସ ନାୟକଙ୍କ ପୁଅ ଶୁଭମ୍ ଷ୍ଟାଣ୍ଡାର୍ଡ ୩ରେ ପଢୁଥିବା ବେଳେ ଏହି ଶ୍ଳୋକକୁ ସ୍ପଷ୍ଟ ଉଚ୍ଚାରଣ ସହିତ ଅତି ନିର୍ଭୁଲ ଭାବରେ ଗାଇ ବିଚାରକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ତେଣୁ ଶୁଭମଙ୍କ ଏପରି ପ୍ରତିଭା ଦେଖି ବିଚାରକମାନେ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନିତ କରିବା ସହ ପ୍ରଶଂସାପତ୍ର ଏବଂ ମେଡାଲ ପ୍ରଦାନ କରିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More