ଇଣ୍ଟର ସ୍କୁଲ ଡ୍ୟାନ୍ସ କମ୍ପିଟିସନ ଆୟୋଜିତ

19

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ବାଦାମପାହାଡ଼ ସନସାଇନ ଇଂଲିଶ ମିଡିୟମ ସ୍କୁଲ ପାଇଲା ପାଞ୍ଚଟି ପୁରସ୍କାର। ଦୁର୍ଗାପୂଜାର ପବିତ୍ର ଅବସରରେ ପ୍ରଥମ ଅକଟୋବର ୨୦୨୨ରେ ଏସ ଏଲେଭେନ ଟାଇଟନ କାଳଚୁରାଲ କ୍ଲବ ଏବଂ ବାଦାମପାହାଡ଼ ପୂଜା କମିଟି ଦ୍ୱାରା ଏକ ଇଣ୍ଟର ସ୍କୁଲ ଡ୍ୟାନ୍ସ କମପିଟିସନ ଆୟୋଜିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଅଂଶଗ୍ରହଣକାରୀ ମାନେ ସେମାନଙ୍କର ମନୋହର ପ୍ରଦର୍ଶନ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କରାଯାଇଥିବା ପ୍ରୟାସକୁ ଦେଖି ବିଚାରପତି ମାନେ ପ୍ରକୁତରେ ଖୁସି ହୋଇଥିଲେ। ଏହି ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା।ସଲୋ ଡ୍ୟାନ୍ସ ଏବଂ ଗ୍ରୁପ ଡ୍ୟାନ୍ସ। ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଚମତ୍କାର ଭାବେ ପ୍ରଦର୍ଶନ ବାଦାମପାହାଡ଼ ସାନସାଇନ ଇଂଲିଶ ମିଡିୟମ ସ୍କୁଲର ଜୁନିୟର ଅଂଶଗ୍ରହଙ୍କାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଜୁନିୟର ଗ୍ରୁପ ଡ୍ୟାନ୍ସର ପ୍ରଥମ ଏବଂ ଦ୍ୱିତୀୟ ପୁରସ୍କାର ଏବଂ ଜୁନିୟର ସଲୋ ଡ୍ୟାନ୍ସର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ମଧ୍ୟ ସାନସାଇନ ଇଂଲିଶ ମିଡ଼ିୟମ ସ୍କୁଲର ଛାତ୍ରଛାତ୍ରୀ ମାନେ ଗ୍ରହଣ କରିଥିଲେ। ବିଜେତା ମାନଙ୍କୁ ତାଙ୍କର ସୁନ୍ଦର ପ୍ରଦର୍ଶନ ପାଇଁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କମିଟିର ସଦସ୍ୟ ମାନେ ମଧ୍ୟ ସେମାନଙ୍କ ଉଦ୍ୟମ ଏବଂ ପରିଶ୍ରମ ପାଇଁ ପ୍ରଶଂସା କରିଥିଲେ। ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More