ବରଗଡ଼(ସଂଘର୍ଷ ମିଡିଆ ) : ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘରେ ଓ ଝାରବନ୍ଧ ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୫୪ ଲକ୍ଷ ଟଙ୍କାର ଦୁଇ ମହଲା ବିଶିଷ୍ଟ ଘର,୫୪ ହଜାର ଟଙ୍କା, ଏକ ଚାରି ଚକିଆ ଗାଡ଼ି ଓ ମୋଟରସାଇକେଲ ଭିଜିଲାନ୍ସ ଜବତ କରିଛି। ସମୁଦାୟ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ଫରେଷ୍ଟର ସୁଶାନ୍ତ ଦାଶ ପୂର୍ବରୁ ପଦ୍ମପୁର ଫରେଷ୍ଟ ରେଞ୍ଜ ରେ କାର୍ଯ୍ୟରତ ଥିବାବେଳେ ଉଣେଇଶ ହଜାର ଚାରା ଘୋଟାଲା ଅଭିଯୋଗରେ ନିଳମ୍ବିତ ହୋଇଥିଲେ। କିନ୍ତୁ ତିନି ମାସ ମଧ୍ୟରେ ବରଗଡ଼ ଡିଏଫଓ ଭିତିରୀ ଅଙ୍କର ସଲାସୁତୁରା କରି ପୁଣି ଥରେ ଅବସ୍ଥାପିତ କଲେ ସୁଶାନ୍ତ ଦାସଙ୍କୁ ଝାରବନ୍ଧ ଫରେଷ୍ଟରେ। ବରଗଡ଼ ଡିଏଫଓ ସନ୍ଦୀପ ପ୍ରାଟିଙ୍କ ବିଚିତ୍ର ନିତି ଦେଖିବାକୁ ମିଳେ। ଏଠାରେ ଆମେ କହି ରଖୁଛୁ କି ଦୁର୍ନୀତି ଖୋର ଅଫିସର ମାନଙ୍କୁ ନିଜ ଛତ୍ରଛାୟାରେ ରଖି ଚଳାଇଛନ୍ତି ରାଜ। ଶ୍ରୋତାଙ୍କୁ ସୂଚନା ଦେଉ ଯେ ଡିଏଫଓ ଙ୍କ ବଦଳି ହେଲା ପରେ ସେ ନିଜେ ରିଲିଫ ନହୋଇ ତାଙ୍କର ତାଙ୍କର ତଳିଆ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ବଦଳି କରିବା ସହ ରିଲିଫ କରିଦେଲେ। କାରଣ ଥିଲା କି ଏହି ଚାରା ଘୋଟାଲା ଦୁର୍ନୀତି ଉପରେ ନିଜେ ମଧ୍ୟ ଦାୟୀ ଥିଲେ।ଫସିଯିବା ଆଶଙ୍କା ଥିବାରୁ ନିଜର ଚାଲାଖ ବୁଦ୍ଧିରେ ନିଜର ଚଉକି ବଞ୍ଚାଇବା ପାଇଁ ତଳ କର୍ମଚାରୀ ଙ୍କୁ ରିଲିଫ କରିଦେଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ନିଜର ବଦଳି ହେଲା ପରେ ନିଜେ ରିଲିଫ ନହୋଇ କିପରି ଭାବରେ ଅନ୍ୟ କର୍ମଚାରୀ ମାନଙ୍କୁ ବଦଳି କରିପାରିଲେ ସର୍ବସାଧାରଣ ମହଳରେ ଆଶ୍ଚର୍ଯ୍ୟ ଚକିତ କରୁଛି। ଏହା ପିସିସିଏଫ,ଆରସିସିଏଫ, ଜଙ୍ଗଲ ବିଭାଗ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ହୋଇନିତ ? ଏସବୁ ପ୍ରଶ୍ନ ଘେରରେ ଓଡ଼ିଶା ଜଙ୍ଗଲ ବିଭାଗ। ଆହୁରି ମଧ୍ୟ ପ୍ରଶ୍ନ ଯେ ବଡ଼ବଡ଼ିଆ ମାଛଙ୍କୁ କେବେ ଧରାଯିବ। ଏ ସମସ୍ତ ଘୋଟାଲାର ମୂଖ୍ୟ କାର୍ପଟଦାର ଡିଏଫଓ ସନ୍ଦୀପ ପ୍ରାଟିଙ୍କୁ କେଉଁ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଉନାହିଁ ଓ ଜଙ୍ଗଲ ବିଭାଗ ସୁରକ୍ଷା ଦେଉଛି ଏହା ଏକ ବଡ଼ ମୁସ୍କିଲ ନୁହେଁ କି। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।