ଆୟୁଷ୍ମ।ନ ଫାଉଣ୍ଡେସନ ତରଫରୁ ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ

19

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ ) : ରକ୍ତଦାନ ଶିବିର ଏବଂ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ବାଲେଶ୍ଵର ଜିଲାର ସିମୁଳିଆ ଓ ଖଇରା ବ୍ଲକରେ ବେଶ୍ ଚର୍ଚ୍ଚାରେ ଥିବା ସାମାଜିକ ସଂଗଠନ ଆୟୁଷ୍ମlନ ଫାଉଣ୍ଡେସନର ଉପଦେଷ୍ଟା ତଥା ସମାଜସେବୀ ଶ୍ରୀ ଶଶୀ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୁରୁ ଦିବସ ଉପଲକ୍ଷେ ଖଇରା ବ୍ଲକ ବାଉଁଶଗଢିଆ ପଂଚାୟତ ଅନ୍ତର୍ଗତ ବଗେଇପୁର ଠାରେ ବସବାସ କରୁଥିବା ୨୦୦ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାରକୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଆୟୁଷ୍ମାନ ଫାଉଣ୍ଡେସନ ଖଇରା ଓ ସିମୁଳିଆରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରି ବେଶ ଲୋକପ୍ରିୟତା ହାସଲ କରିପାରିଛି ,ଏବେ ଗରିବ ଓ ଅସହାୟ ଲୋକମାନଙ୍କୁ ବସ୍ତ୍ର ବଣ୍ଟନ କରି ବେଶ ଚର୍ଚ୍ଚାର ପରିସରକୁ ଆସିଛି ଏହି ଅଗ୍ରଣୀ ସାମାଜିକ ସଂଗନ ଆୟୁଷ୍ମାନ ଫାଉଣ୍ଡେସନ, ଆୟୁଷମାନ ଫାଉଣ୍ଡେସନର ଏହି ଭଳି ନିଆରା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି,ଏହି ମହତ ପ୍ରୟାସରେ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀମନ୍ତ ବିଶ୍ବାଳ ଏବଂ ସଦସ୍ୟ ଜ୍ଞାନ ରଞ୍ଜନ ପଣ୍ଡା, ପ୍ରମୋଦ ଗାହାଣ, ମୁରଲୀଧର ଜେନା, ମୁକ୍ତିକାନ୍ତ ସ୍ୱାଇଁ, ମାନସ ଗାହାଣ ଏବଂ ଗୌତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ଵର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More