ନବରଙ୍ଗପୁର(ସଂଘର୍ଷ ମିଡିଆ) : – ରବିବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଆୟାପ୍ପା ସ୍ଵାମୀ ଭକ୍ତମାନେ ଦୀକ୍ଷା ଗ୍ରହଣ କରିଛନ୍ତି | ଆଜି ସକାଳୁ ଉମରକୋଟ ଶିବ ମନ୍ଦିରରେ ଜୟପୁର ରାବଣା ଗୁରୁସ୍ଵାମୀଙ୍କ ଠାରୁ ଭକ୍ତ ମାନେ ମାଳା ଧାରଣ କରିଛନ୍ତି | ଭକ୍ତ ମାନେ ମାଳାଧାରଣ କରି ଡାବୁଗାଁ ଜୟନ୍ତୀନଗର ସ୍ଥିତ ଅୟାପ୍ପା ସ୍ଵାମୀ ସାନିଧାନମରେ ୪୧ ଦିନ ରହି ପୂଜାର୍ଚ୍ଚନା କରି ନିଷ୍ଠାର ସହ ରହିବେ | ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ବାଦଲ ଜେନା, ଚିତ୍ତରଞ୍ଜନ ପାତ୍ର, ସୁରେଶ ସାହୁ, କୈଳାସ ନାୟକ, ବିଜୟ ନିହାଲ, ଏ. ଇଜୁ ରାଓ, ଡି. ରାଜେଶ ରାଓ, ଶାନ୍ତନୁ ଖୁଣ୍ଟିଆ, ମୁରଲୀ ସିଂ, ରଞ୍ଜିତ ସାହୁ ଓ ଅମ୍ଳାନ କୁମାର ଜେନା ଙ୍କ ସମେତ ୧୬ ଜଣ ଭକ୍ତ ଆୟାପ୍ପା ସ୍ଵାମୀ ଦୀକ୍ଷା ଗ୍ରହଣ କରିଛନ୍ତି | ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ଏମାନେ ରହି ପରେ କେରଳ ରାଜ୍ୟର ସାବରିମାଲା ସ୍ଥିତ ଆୟାପା ସ୍ଵାମୀଙ୍କ ମନ୍ଦିରକୁ ଅୟାପ୍ପା ସ୍ଵାମୀଙ୍କ ଦର୍ଶନ ପାଇଁ ଯିବେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Next Post