ଆସ ବୁଲିଯିବା ମା ଉଗ୍ରତାରାଙ୍କ ପୀଠ

18

Get real time updates directly on you device, subscribe now.

ଖୋର୍ଦ୍ଧା (ସଂଘର୍ଷ ମିଡିଆ) : ଓଡିଶାର ଶକ୍ତି ପୀଠ ମାନଙ୍କ ମଧ୍ୟରେ ମା ଉଗ୍ରତାରାଙ୍କ ପୀଠ ଅନ୍ୟତମ । ଏହି ମନ୍ଦିର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ରାମେଶ୍ଵର ଛକ ଓ ଟାଙ୍ଗୀ ମଧ୍ୟରେ ଅବସ୍ଥିତ । ଟାଙ୍ଗୀ ବ୍ଲକ ନୂଆଗଡ ପଞ୍ଚାଯତ ଅନ୍ତର୍ଗତ ହାତିଆସୁଣୀ ପାହାଡ ପାଦଦେଶରେ ମା ଉଗ୍ରତାରଙ୍କ ମନ୍ଦିର ଅବସ୍ଥିତ । ଜଙ୍ଗଲର ଘଞ୍ଚ ପରିବେଶ ମଧ୍ୟରେ ମାଙ୍କ ମନ୍ଦିର ଅବସ୍ଥିତ । ସବୁଦିନ ମାଙ୍କ ମନ୍ଦିର ଭକ୍ତ ମାନଙ୍କ ଗହଳରେ ଚଳଚଞ୍ଚଳ ହୋଇଥାଏ । ସାରା ରାଜ୍ୟରୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ମା ଉଗ୍ରତାରା ଭକ୍ତର ଡୋରୀରେ ବନ୍ଧା । ଡାକିଲେ ମା ତତକ୍ଷଣାନ୍ତ ଶୁଣନ୍ତି ବୋଲି ଜନମତ ଅଛି । ବର୍ଷ ତମାମ ମାଙ୍କ ପୀଠ ଅତ୍ୟନ୍ତ ଚଳଚଞ୍ଚଳ । ବିବାହ , ବ୍ରତ ଠାରୁ ଆରମ୍ଭ କରି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମାଙ୍କ ପୀଠରେ ହୋଇଥାଏ । କେଉଁ ଆବାହନ କାଳରରୁ ମାଙ୍କ ମନ୍ଦିରକୁ ଲାଗି ଦୁଇଟି ପୁଷ୍କରଣୀ ଅଛି , ଯେଉଁ ପୁଷ୍କରଣୀ ବର୍ଷ ତମାମ ସୁଖେନି । ଓଡିଶା ସରକାରଙ୍କ ତରଫରୁ ଯାତ୍ରୀ ମାନଙ୍କ ପାଇଁ ପାନ୍ଥନିବାସ ସ୍ଥାପନ କରାଯାଇଛି । ଛୋଟ ଛୁଆଙ୍କ ଆମୋଦ ପାଇଁ ଶିଶୁ ଉଦ୍ୟାନ ସ୍ଥାପନ କରାଯାଇଛି , ଛୋଟ ଛୁଆମାନେ ଦୋଳିରେ ବସି ମଜା ନେଉଥିବା ଦୃଶ୍ୟ ଆପଣମାନେ ଦେଖିପାରୁଥିବେ । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More