ଆସ ବୁଲିଯିବା ବୈଦେଶ୍ଵର ଶିବ ମନ୍ଦିର

20

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : ବ୍ରହ୍ମା -ବିଷ୍ଣୁ- ମହେଶ୍ଵରଙ୍କୁ ହିନ୍ଦୁ ଧର୍ମରେ ସୃଷ୍ଟି, ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ । ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କୁ ନୀଳକଣ୍ଠ ବୋଲି ଶାସ୍ତ୍ରରେ ବର୍ଣିତ ଅଛି । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ୱରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର । ବୈଦେଶ୍ୱର ଶୈବ ପୀଠରେ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି ବାବା ରାମନାଥ , ବାବା ବୈଦ୍ୟନାଥ ଓ ବାବା ସିଙ୍ଘନାଥ । ଏହି ତିନି ମନ୍ଦିରରେ ପାତାଳ ଫୁଟା ସ୍ଵୟଂଭୂ ଶିବ ଅଟନ୍ତି । ଏହି ସୁନ୍ଦର ପୀଠଟି କଟକ ଜିଲାରେ ଅବସ୍ଥିତ । ଏହା ରାଜଧାନୀ ଭୁବନେଶ୍ବରରୁ ୮୫ କିଲୋମିଟର ଦୂରରେ ଅବସ୍ଥିତ । ବାବା ବୈଦେଶ୍ଵରଙ୍କ ପୀଠରେ ୩ଟି ଶିବ ମନ୍ଦିର ଅବସ୍ଥିତ । ସେହି ପବିତ୍ର ମନ୍ଦିର ମାନେ ହେଲେ ରାମନାଥ ମନ୍ଦିର , ବୈଦ୍ୟନାଥ ମନ୍ଦିର ଓ ସିଙ୍ଘନଥ ମନ୍ଦିର । ଘନ ବନାନୀ ମଧ୍ୟରେ ଏହି ପବିତ୍ର ଧାମ ଅବସ୍ଥିତ । ଏହି ପବିତ୍ର କ୍ଷେତ୍ରକୁ ତ୍ରିକୂଟ ଧାମ ନାମରେ ପରିଚିତ । ପାଖରେ ବହିଯାଇଛି ପବିତ୍ର ମହାନଦୀ । ମହାନଦୀର କୁଳୁକୁଳୁ ଶବ୍ଦ ଦର୍ଶକଙ୍କ ମନ ମୋହିଥାଏ । ଏଠିକାର ଭକ୍ତମାନେ କୁହନ୍ତି ପ୍ରଭୁ ରାମଚନ୍ଦ୍ର , ମାତା ଜାନକୀ ଓ ଭ୍ରାତା ଲକ୍ଷ୍ମଣ ବନବାସ ସମୟରେ ଏହି ପବିତ୍ର ପୀଠରେ କିଛି ସମୟ ପାଇଁ ଅବସ୍ଥାନ କରିଥିଲେ । ସେହି ସମୟରେ ତିନି ଠାକୁର ତିନୋଟି ଶିବ ମନ୍ଦିର ସ୍ଥାପନ କରିଥିଲେ । ଭଗବାନଙ୍କର ଲୀଳା ଅତି ବିଚିତ୍ର , ତିନି ମନ୍ଦିରର ମଧ୍ୟରେ ବ୍ୟବଧାନ ସମାନ ଅଟେ । ଭକ୍ତ ମାନଙ୍କ କହିବା କଥା ପ୍ରତେକ ମନ୍ଦିର ମଧ୍ୟରେ ଦୂରତା ୨କିଲୋମିଟର ଅଟେ । ମାତା ବୈଦେହୀ ସ୍ଥାପନା କରିଥିବା ମନ୍ଦିର ନାମ ବାବା ବୈଦ୍ୟନାଥ ମନ୍ଦିର, ପ୍ରଭୁ ଶ୍ରୀରାମ ସ୍ଥାପନ କରିଥିବା ମନ୍ଦିରର ନାମ ବାବା ରମନାଥ ଓ ପ୍ରଭୁ ଲକ୍ଷ୍ମଣ ସ୍ଥାପନ କରିଥିବା ମନ୍ଦିରର ନାମ ସିଙ୍ଘନଥ ମନ୍ଦିର, ସବୁଠାରୁ ଅତି ବିଚିତ୍ର ଏହି ମନ୍ଦିର ନଦୀ ମଧ୍ୟରେ ଅବସ୍ଥିତ । ରାଜ୍ୟ ସରକାରଙ୍କ ତରଫରୁ ଏକ ଟି ସେତୁ ସଂଯୋଗ କରାଯାଇଛି । ଆଜି ଶତାଧିକ ଭକ୍ତ ପ୍ରତେହ ତିନି ଶିବ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହି ପବିତ୍ର ପୀଠକୁ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରାଯାଇଛି । କିନ୍ତୁ କାର୍ଯ୍ୟ ଘର ସୁନ । ରାଜ୍ୟ ସରକାରଙ୍କ ତରଫରୁ ଯଥା ଶୀଘ୍ର ଏହି ପବିତ୍ର ପୀଠକୁ ପର୍ଯ୍ୟଟନସ୍ଥଳୀ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହି ପବିତ୍ର ପୀଠ ବିଶ୍ଵ ଦରବାରରେ ସ୍ଥାନ ପାଇପାରନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More