ଗଜପତି (ସଂଘର୍ଷ ମିଡିଆ) : –ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ। ରାସ୍ତା କଡ଼ ଠାରୁ ଆରମ୍ଭ କରି ଚାଷ ଜମି ନଇପଠା ଯାଏଁ ସବୁଠି ଦହଲୁ ଥାଏ କାଶ ତଣ୍ଡି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶ ତଣ୍ଡିର ସମ୍ଭାର ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି।ମାଆଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶ ତଣ୍ଡି। କାଶ ତଣ୍ଡି ଫୁଲର ଚାମର ସଂସ୍ପର୍ଶରେ ମାଆ ଦୁର୍ଗା ଅବତରଣ କରୁଥିବା ଆମ ସମାଜରେ ଲୋକ କଥା ରହିଛି।ସତେ ଯେମିତି ମର୍ତ୍ତ୍ୟ ଧାମକୁ ମାଆଙ୍କ ଆଗମନକୁ ପ୍ରକୃତି ରାଣୀ ସବୁଜ ବନାନୀ ଓ କାଶ ତଣ୍ଡି ଫୁଲରେ ସଜେଇ ହୋଇଛି। ରାସ୍ତାରେ ଯାଉଥିବା ପଥିକଟି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା କାଶ ତଣ୍ଡିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ ଧାନ ବିଲରେ ଧରଣୀ ରାଣୀ ସବୁଜ ବନାନୀ ଓ କାଶତଣ୍ଡି ଫୁଲ ମାଆଙ୍କ ଆଗମନ କୁ ଚାହିଁ ରହିଥାଏ।।ପବନର ଲହରୀରେ ଦୋହଲି ସତେ ଯେପରି ଖିଲି ଖିଲି ହସୁଥାଏ।ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶ ତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ କବି ହେଉ ବା ଲେଖକ କାଶତଣ୍ଡି ର ଅପରୂପ ସୌନ୍ଦର୍ଯ୍ୟ କୁ ଦେଖି ଉତଫୁଲିତ ହୋଇ କଲମରୁ ଝରି ପଡେ ଅନେକ କବିତା ଗଜପତି ରୁ ବିବେକାନନ୍ଦ ବେହେରା