ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ କେବେ ମୌସୁମି ପ୍ରବେଶ କରିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଆକଳନ କରାଯାଇ ନାହିଁ। ତେବେ ଆସନ୍ତା ୮ତାରିଖରେ ବଙ୍ଗେପାସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହିତ ମୌସୁମି ପ୍ରବେଶ କରିବାର ସମ୍ଭାବନା ରହିଛି। ଏବେ ଟ୍ରଫଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଲାଗିରହିଛି। ଏଥିଯୋଗୁଁ ରାଜ୍ୟର ଅଧିକାଂଶ ଜିଲାରେ ଝଡ଼ବର୍ଷା ଓ ବଜ୍ରପାତ ଘଟୁଥିବା ଲକ୍ଷ୍ୟ କରାଯାଇଛି।