ଆସନ୍ତା ୩୦ ତାରିଖ ଭଦ୍ରକ ଓକିଲ ସଂଘ ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର

127

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଐତିହ୍ୟ ସମ୍ପର୍ଣ୍ଣ ଭଦ୍ରକ ଓକିଲ ସଂଘର ନିର୍ବାଚନ ହାୱା ଏବେ ସରଗରମ ହେଲାଣି । ୧୯୦୫ ମାସିହାରୁ ପ୍ରତିଷ୍ଠିତ ହୋଇଥିବା ଭଦ୍ରକ ଓକିଲ ସଙ୍ଘ ସଦସ୍ୟମାନେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ଅତିଷ୍ଠିତ ହୋଇ ଥିବା ବେଳେ, ଅନେକ ସୁନାମଧନ୍ୟ ବିଚାରପତି ଭାବରେ ଅବସ୍ଥାପିତ ହୋଇ ଏହି ଓକିଲ ସଂଘର ଗାରିମା ଦ୍ବିଗୁଣିତ କରିଛନ୍ତି. ଏହି ସଂଘର ସଦସ୍ୟ ସ୍ବର୍ଗତ ଦେବାନନ୍ଦ ମହାପାତ୍ର ଓଡିଶା ରାଜ୍ୟବାର କାଉନସିଲର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇ ଓକିଲମାନଙ୍କ ସମ୍ମାନ ବଢ଼ାଇବାରେ ସାହାୟକ ହୋଇଛନ୍ତି। ଓକିଲ ସଂଘର ନିର୍ବାଚନ ପୂର୍ବରୁ ପ୍ରତି ୩ ବର୍ଷରେ ଥରେ ହେଉଥିବା ବେଳେ କିଛି ବର୍ଷ ହେଲା ଓଡିଶା ଆଇନଜୀବୀ ପରିଷଦର ନିଷ୍ପତି ଅନୁଯାୟୀ ପ୍ରତି ବର୍ଷ ଆଇନଜୀବୀ ସଂଘର ନିର୍ବାଚନ ହେବ, ତେଣୁ ଚଳିତ ବର୍ଷ ୩୦ ତାରିଖ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ କରିବେ. ଏ ବର୍ଷ ମୋଟ ୯୦୨ ଜଣ ସଦସ୍ୟ ଭୋଟ ଦେଇ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ୨ ଜଣ ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ୩ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ମୋଟ ୧୮ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି. ତେବେ ଉପସଭାପତି ପଦବୀ ପାଇଁ ବେଶ ଟକ୍କର ହେବ ବୋଲି କୁହାଯାଉଛି. ପୂର୍ବଥର ଉପସଭାପତି ଥିବା ମନୋରଞ୍ଜନ ଦାସଙ୍କ ସହ ଏବର୍ଷ ଦୀପକ କୁମାର ସାହୁଙ୍କ ସହ ସିଧା ଲଢେଇ ହେଉଛି. ଦୀପକ କୁମାର ସାହୁ ଦିର୍ଘ ୩୦ ବର୍ଷ ଧରି ଆଇନଜୀବୀମାନଙ୍କ ସହ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ହୋଇଥିବା ବେଳେ ସେ ଜଣେ ଭଦ୍ର, ମିଷ୍ଠାଭାଷୀ ଆଇନଜୀବି ଭାବେ ପରିଚିତ ହୋଇଥିବାରୁ ସମସ୍ତ ଆଇନଜୀବୀ ମାନେ ତାଙ୍କୁ ଭଲ ପାଇବା ସହ ଏଥର ତାଙ୍କୁ ଅଧିକ ଭୋଟରେ ଜିତିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More