କଳାହାଣ୍ଡି(ସଂଘର୍ଷ ମିଡିଆ) : – ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ହେବ ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିଶାଇ ସ୍ବତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚା।ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି । ଉପସ୍ଥାପନ କରି ଆସୁଥିବା ବେଳେ ସରକାର ଏଥୁପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଗତ ୫ ତାରିଖରେ ବିଧାନସଭା ଘେରାଉ କରିବା ପରେ ମଧ୍ୟ ସରକାର ପଶ୍ଚିମ ଓଡିଶା ବାସୀଙ୍କ ଦାବିକୁ କର୍ଣ୍ଣପାତ ନକରିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ଦିନ କୋଶଳାଞ୍ଚଲ ସହ ସଂଲଗ୍ନ ଉପକୂଳ ଓଡିଶାର ସମସ୍ତ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ସହ ଅର୍ଥନୈତିକ ଅବରୋଧ କରାଯିବ ପଶ୍ଚିମ ଓଡିଶାର ଦେବଗଡ଼,ବୌଦ୍ଧ, ରେଡ଼ାଖୋଲ, ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଠାରେ ଏହି ଅର୍ଥନୈତିକ ଅବରୋଧ କରାଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ପ୍ରକାଶ କରିଛନ୍ତି।ଏହାସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୂଖ୍ୟ କାର୍ଯ୍ୟାଳୟ କୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଭଳି ଅନେକ ଦାବି ଦୀର୍ଘ ଦିନ ଧରି ପଶ୍ଚିମ ଓଡିଶା ବାସୀ କରି ଆସୁଥିଲେ ମଧ୍ୟ ସରକାର ଏଥପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା। ସେପଟେ ଏ ସମସ୍ତ ଦାବି ନେଇ ଆଗାମୀ ଦିନରେ କୋଶଳ ମୁକ୍ତି ମୋର୍ଚା ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଗାଁକୁ ପଦ ଯାତ୍ରା ସହ ମହାବନ୍ଦଡାକରା ଦିଆଜିବ ବୋଲି କହିଛନ୍ତି କର୍ମକର୍ତ୍ତା। କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।