ଆସନ୍ତା ୨୩ରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିବ ସାମାଜିକ ଅନୁଷ୍ଠାନ ସମର୍ପଣ

13

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ସାମାଜିକ ଅନୁଷ୍ଠାନ ସମର୍ପଣ ଅନୁଷ୍ଠାନ ତରଫରୁ ଆସନ୍ତା ୨୩ତାରିଖ ଦିନ ୫୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସରୋବର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଝୁନୁ ନାୟକ ଏ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଜିଲ୍ଲାର ପ୍ରାୟ ୨୫ଟି ବିଦ୍ୟାଳୟର ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୩ତାରିଖ ଦିନ ସଂଧ୍ୟାରେ ରାଉରକେଲା କ୍ଲବ ଠାରେ ସମ୍ବର୍ଦ୍ଧିତ କରାଯିବ । ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଉପ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ,ଡାକ୍ତର ଶ୍ୟାମସ୍ତୁତି ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୌଦାମିନୀ ସିଂ ଯୋଗଦେବେ। ଏହାସହ ଏହି କାର୍ଯ୍ୟକ୍ରମରେ ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଏମଡି ମହମ୍ମଦ ଅଜିଜ୍, ସଂପାଦକ ଇନ୍ଦରଜିତ ସିଂ, ରୀନା ସାମଲ, ପିଙ୍କି ପ୍ରିୟଦର୍ଶନୀ, ପ୍ରଞ୍ଜାଳୀ ନାଗ୍, ଏମଡି ଖଲିଦ ଅଜିଜ, ରୀମା ସାମଲ ଓ ସତ୍ୟବାନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଆସନ୍ତା ୨୩ରେ… ରାଉରକେଲା/ ସାମାଜିକ ଅନୁଷ୍ଠାନ ସମର୍ପଣ ଅନୁଷ୍ଠାନ ତରଫରୁ ଆସନ୍ତା ୨୩ତାରିଖ ଦିନ ୫୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସରୋବର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଝୁନୁ ନାୟକ ଏ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଜିଲ୍ଲାର ପ୍ରାୟ ୨୫ଟି ବିଦ୍ୟାଳୟର ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୩ତାରିଖ ଦିନ ସଂଧ୍ୟାରେ ରାଉରକେଲା କ୍ଲବ ଠାରେ ସମ୍ବର୍ଦ୍ଧିତ କରାଯିବ । ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଉପ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ,ଡାକ୍ତର ଶ୍ୟାମସ୍ତୁତି ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୌଦାମିନୀ ସିଂ ଯୋଗଦେବେ। ଏହାସହ ଏହି କାର୍ଯ୍ୟକ୍ରମରେ ସମାଜ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଏମଡି ମହମ୍ମଦ ଅଜିଜ୍, ସଂପାଦକ ଇନ୍ଦରଜିତ ସିଂ, ରୀନା ସାମଲ, ପିଙ୍କି ପ୍ରିୟଦର୍ଶନୀ, ପ୍ରଞ୍ଜାଳୀ ନାଗ୍, ଏମଡି ଖଲିଦ ଅଜିଜ, ରୀମା ସାମଲ ଓ ସତ୍ୟବାନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ୍ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More