ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ କାଳୀ ପୁଜା, ଏଥି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

56

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା ରବିବାର ୧୨ ତାରିଖରୁ ଆରମ୍ଭ ହେବ କାଳୀ ପୁଜା। ତେବେ ଏଥି ପାଇଁ ଶ୍ରୀକ୍ଷେତ୍ର ମଧ୍ଯ ଚଳଚଞ୍ଚଳ ହୋଇ ପଡ଼ିଲାଣି। ବିଭିନ୍ନ ପୂଜା ମଣ୍ଡପ ଓ ଦେବୀ ପିଠ ଗୁଡ଼ିକ ରେ କାଳୀ ପୂଜା ଆୟୋଜନ ନେଇ ପ୍ରସ୍ତୁତି ଆରଂଭ ହୋଇ ଗଲାଣି । ପୂଜା ମଣ୍ଡପ ଗୁଡ଼ିକରେ ମୂର୍ତି ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଚାଲୁ ରହିଛି। ତୋରଣ ନିର୍ମାଣ ମଧ୍ଯ ଜାରୀ ରହିଛି। କିଭଳି ସଫଳ ଭାବେ ପୂଜା ଆୟୋଜନ ହୋଇ ପାରିବ ସେ ନେଇ ପୁଜା ମଣ୍ଡପ କର୍ମକର୍ତ୍ତା ଲାଗି ପଡିଛନ୍ତି। ପୁରୀରେ ଅନେକ ପୂଜା ମଣ୍ଡପରେ କାଳୀ ପୁଜା ଅନୁଷ୍ଠିତ ହେଉଥିବା ବେଳେ ବଡ ଶଙ୍ଖ ପୂଜା କମିଟି ପକ୍ଷରୁ ହେଉଥିବା ପୂଜାର ବିଶେଷ ଆକର୍ଷଣ ରହିଚି। ସୁନ୍ଦର ତୋରଣ, ରଙ୍ଗୀନ ଆଲୋକ, ରେ ମଣ୍ଡପକୁ ସଜିତ କରାଯାଇଥାଏ। ସେହିପରି ବିଧି ଅନୁଯାୟୀ ପୁଜା ଅନୁଷ୍ଠିତ ହୋଇଥାଏ। ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଇଥାଏ। ତିନି ଦିନ ଧରି ଶଙ୍ଖୁଡ଼ି ଭୋଗ ତଥା ମାଛ ଭୋଗ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଇଥାଏ। ବେଶ୍ ଆଡମ୍ବର ସହକାରେ ବଡ ଶଙ୍ଖ ପୁଜା କମିଟି ପକ୍ଷରୁ କାଳୀ ପୂଜା ପାଳନ କରାଯାଇଥାଏ। ସେପଟେ ଶ୍ରୀକ୍ଷେତ୍ରରେ ଥିବା ଶ୍ୟାମାକାଳୀ, ଦକ୍ଷିଣ କାଳି, ରାମ ଚଣ୍ଡୀ ଆଦି ଦେଵୀ ପିଠ ଗୁଡ଼ିକରେ କାଳୀ ପୂଜା ସ୍ଵତନ୍ତ୍ର ବିଧି ରେ ପୁଜା ହୁଏ। କାଳୀ ପୁଜାରେ ଚଣ୍ଡୀପାଠ, ହୋମ ଯଜ୍ଞ ସହ ଶଙ୍ଖୁଡ଼ି ତଥା ଆମିଷ ଭୋଗ ଲାଗି ହୁଏ। ଯାହାକୁ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥାଏ। କାଳୀପୂଜା ଅମାବାସ୍ୟାରେ ମା ଶ୍ୟାମାକାଳୀଙ୍କ ମହାକାଳୀ ବେଶ ଅନୁଷ୍ଠିତ ହୋଇଥାଏ। ମାଙ୍କୁ ଦର୍ଶନ ପାଇଁ ଦେବି ପିଠ ଗୁଡ଼ିକରେ ଭକ୍ତଙ୍କ ବେଶ୍ ଭିଡ ଜମିଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More