ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ମହାମାରୀ ପାଇଁ ମାସାଧିକ କାଳ ଲକ୍ ଡାଉନ ଯୋଗୁଁ କୃଷକ ଓ କୃଷିକ୍ଷେତ୍ର ପ୍ରଭାବିତ ହୋଇ ପଡିଥିବାରୁ ଏହି ସମୟରେ ଚାଷୀଙ୍କୁ ସହାୟତା ଦେବାପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହାକୁ ନେଇ ଶନିବାର କୃଷିଭବନରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସପ୍ତାହରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଯୋଜନା ‘କାଳିଆ’ରେ ପ୍ରାୟ ୨୮ଲକ୍ଷ ଚାଷୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବ ବୋଲି ଜଣାଯାଇଛି।