ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା ନୁଆ ବର୍ଷରୁ ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ ପାଇବେ ନୁଆ ଅନୁଭୂତି। ବହୁ ପ୍ରତିକ୍ଷୀତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ବର୍ଷ ଜାନୁଆରୀ 17 ରେ ଲୋକାର୍ପଣ ହେବ। ପ୍ରଥମେ ପ୍ରତିଷ୍ଠା ପୁଜା ହେବା ପରେ ଜାନୁଆରୀ 17 ତାରିଖରେ ଏହା ଭକ୍ତଙ୍କ ପାଇଁ ଲୋକାର୍ପିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି। ଆଜି ଗଜପତି ମହାରାଜା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥଲେ। ତାଙ୍କ ସହ ପୁରୀ ଜିଲାପାଳ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦାୟିତ୍ଵ ନେଇ ଥିବା ଟାଟା ଓ ଓବିସିଶି ଅଧିକାରି ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ବଲ୍ଲଭ ଯାଇଥିଲେ। ସେଠାରେ ନିର୍ମାଣ ହେଉଥିବା ତୀର୍ଥ ଯାତ୍ରୀ କେନ୍ଦ୍ର ର ନିର୍ମାଣ ଅଗ୍ରଗତି ସମୀକ୍ଷା କରିଥିଲେ। 230 କୋଟି 62 ଲକ୍ଷ 50 ହଜାର ଟଙ୍କା ରେ ଏହି ବିଶାଳ 5 ମହଲା ବିଶିଷ୍ଟ ତୀର୍ଥ ଯାତ୍ରୀ କେନ୍ଦ୍ର ନିର୍ମାଣ ହେଉଚି। ପୁରୀକୁ ଆସୂଥିବା ଭକ୍ତ ସିଧାସଳଖ ଶ୍ରୀ ସେତୁ ଦେଇ ଏହି ତୀର୍ଥ ଯାତ୍ରୀ କେନ୍ଦ୍ର ରେ ପହଞ୍ଚିବେ। ସେଠାର 1420 ଟି କାର, 200 ଦୁଇ ଚକିଆ ଯାନ ପାର୍କିଂର ବ୍ୟବସ୍ଥା ରହିଛି। ଭକ୍ତ ମାନେ ସେଠାରେ ଗାଡି ରଖି କିଛି ସମୟ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବ। ଲୋକଙ୍କ ସୁବିଧା ପାଇଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସେଠାରେ ଏକ ସାଂସ୍କୃତିକ କାର୍ଯକ୍ରମ ପାଇଁ ଅଡିଟାରୀୟମ ରହିବ।ମହାପ୍ରଭୁ ଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହା ପ୍ରସାଦ ସେବନ ପାଇଁ ସ୍ଵତନ୍ତ୍ର ହଲ ରହିବ। ଭକ୍ତ ଙ୍କ ସୁବିଧା ପାଇଁ ଫୁଡ୍ କୋର୍ଟ, କିଣାକିଣି ମାର୍କେଟ କମ୍ପ୍ଲେକ୍ସ ରହିବ। ତେବେ ଏହାର ନିର୍ମାଣ କାର୍ଯ୍ୟ ସରିଲେ ଭକ୍ତ ମାନେ ଏକ ନୂଆ ଅନୁଭୂତି ପାଇବେ ବୋଲି ଗଜପତି ମହାରାଜା କହିଚନ୍ତି। ସେହିପରି ଶ୍ରୀ ମନ୍ଦିର କୁ ଯିବା ପାଇଁ ସ୍ଵତନ୍ତ୍ର ମିନି ବସ ବ୍ୟବସ୍ଥା ରହିବ। ବଡ ଦାଣ୍ଡ ଭିଡ କମାଇବା ପାଇଁ ଆଉ ଏକ ରାସ୍ତା ନିର୍ମାଣ ହେବ। କେବଳ ଭକ୍ତ ସେହି ରାସ୍ତା ରେ ଯାତାୟତ କରିବେ। ପରେ ଗଜପତି ମହାରାଜା ଶ୍ରୀ ସେତୁ ପ୍ରକଳ୍ପ ବୁଲି ଦେଖିଥିଲେ। ଭୁବନେଶ୍ଵର ପଟୁ ଆସୁଥିବା ଭକ୍ତ ଆଉ ବାଟ ମଙ୍ଗଳା ଦେଇ ପୁରୀ ପ୍ରଵେଶ ନ କରି ତା ପୁର୍ବରୁ ଥିବା ମଙ୍ଗଳା ଘାଟ ବାଇପାସ୍ ଦେଇ ଗାଡି ରେ ସିଧା ସଳଖ ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର ରେ ପହଂଚି ପାରିବେ। ଏହା ଦ୍ବାରା ରାସ୍ତା ରେ ଗହଳି କମିବ। ପରେ ଗଜପତି ମହାରାଜା ଶ୍ରୀ ମନ୍ଦିର ଜାଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥଲେ। ତେବେ ଆଗାମୀ ଶ୍ରୀ ମନ୍ଦିର ପରିଚଳନା କମିଟି ରେ ଏ ନେଇ ଆଲୋଚୋନା ପରେ ଜାନୁଆରୀ 17 ତାରିଖ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ କାର୍ଯ୍ୟ ନେଇ ପ୍ରସ୍ତୁତି ଆରମ୍ଭ ହେବ। ତେବେ ମହାପ୍ରଭୁ ଙ୍କ କୃପା ରୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଶୀଘ୍ର ଶେଷ ହେଲେ ଭକ୍ତ ଉପକୃତ ହେବେ ବୋଲି ଗଜପତି ମହାରାଜା ଆଶା ପ୍ରକଟ କରିଛନ୍ତି। ସେପଟେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ସବୁ ଉଦ୍ୟମ ହେଉଥିବା ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି।