ଆସନ୍ତା ନଭେମ୍ବର ୧ରେ ଅନୁଷ୍ଠିତ ହେବ ଗୋପାଷ୍ଟମୀ ମେଳା

20

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଆସନ୍ତା ନଭେମ୍ବର ୧ରେ ଆୟୋଜନ କରାଯାଉଛି ଗୋପାଷ୍ଟମୀ ମେଳା ଓ ବାର୍ଷିକ ଉତ୍ସବ।ଶ୍ରୀ ଗୋପାଳ କୃଷ୍ଣ କଟକ ଗୋଶାଳା ପକ୍ଷରୁ ଏହି ପବିତ୍ର ଗୋପାଷ୍ଟମୀକୁ ବେଶ୍ ଧୁମଧାମରେ ପାଳନ କରାଯିବ ବୋଲି ଗୋଶାଳା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ପବିତ୍ର ଦିନରେ ସକାଳୁ ଗୋ ପୂଜନ ସହ ଅନନ୍ୟା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯିବ। ଚକ୍ଷୁ,ଡାଇବେଟିସ, ବ୍ଲଡ୍ ପ୍ରେସର୍ ଆଦି ପରୀକ୍ଷା କରାଯିବ। ଏହି ଅବସରରେ ଗୋଶାଳା ପରିସରରେ ଏକ ମେଳଣ ଅନୁଷ୍ଠିତ ହେବ। ମେଳଣକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପ୍ରତିବର୍ଷ ଜନସମାଗମ ହୋଇଥାଏ। ସଂଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସଭାର ଆୟୋଜନ କରାଯାଇଛି। ଡିସିପି ପିନାକ ମିଶ୍ର,ସିଏମସି ମେୟର ସୁବାଷ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଗୋଶାଳାର ସାଧାରଣ ସମ୍ପାଦକ ଗଣେଶ ପ୍ରସାଦ କାନ୍ଦୋଇ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More