ଆସନ୍ତା ତା ୨୮ ଓ ୨୯ ଦିନ ପାଳନ କରିବ ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ତାର ୪୪ତମ କୁମାର ଉସବ

32

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାସ୍କୃତିକ ସଂସଦ ପୁରୀ ତାର ୪୪ତମ କୁମାର ଉସବ ଆସନ୍ତା ତା ୨୮ ଓ ୨୯ ଅକ୍ଟୋବର ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ ମହୋଦଧି ସମ୍ମୁଖ ବେଳାଭୂମିରେ ପାଳନ କରିବାକୁ ଯାଉଛି । ଏ ନେଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ସ୍ଥାନୀୟ ବାଙ୍କି ମୁହାଣ ସ୍ଥିତ ୟୁଥ୍ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଠା ଭକ୍ତ ଚରଣ ଦାସ , ଜିତେନ୍ଦ୍ର ନାରାୟଣ ଦାସ ମହାପାତ୍ର , ବିଜୟ କୁମାର ଆପଟ୍ଟ , ସାଧାରଣ ସଂପାଦକ ସଦାଶିବ ନାୟକ ଓ ସାଂଗଠାନିକ ସମ୍ପାଦକ ନାରାୟଣ ଗୋଛିକାର ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ସଂପାଦକ ଶ୍ରୀ ନାୟକ ଏବଂ ଉପଦେଷ୍ଟା ଶ୍ରୀ ଦାସ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇ କହିଥିଲେ କି ଆସନ୍ତା 28 ଓ 29 ତାରିଖ ଦୁଇଦିନ ଧରି ଅନୁଷ୍ଠାନ ପକ୍ଷରୁ ସ୍ବର୍ଣ୍ଣାଭ ବେଳାଭୂମି ଠାରେ 44 ତମ କୁମାର ଉତ୍ସବ ପାଳନ କରାଯିବା । 28 ତାରିଖ ଶନିବାର ଉଦ୍‌ଘାଟନୀ ଉସବରେ ରାଜ୍ୟ ଓଡ଼ିଆଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱନୀ ପାତ୍ର , ବୈଦ୍ୟତିକ ଓ ସୂଚନା ପ୍ରସାରଣ, କ୍ରୀଡ଼ା ଓ ଯୁବବ୍ୟାପାର, ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର , ବିଧାନ ସଭାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି , ହାଇଟେକ୍ ଗ୍ରୁପ କାର୍ଯ୍ୟକାରୀ ମୁଖ୍ୟ ତିରୁପତି ପାଣିଗ୍ରାହୀ, ପୂର୍ବତନ ପୌରସଦସ୍ଯ, ଭକ୍ତ ଚରଣ ଦାସ, ପୁରୀ,ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଷ୍ଟାଲିନ୍‌ ପରିଜା, ଏବଂ ଅନୁଷ୍ଠାନର ସଂପାଦକ ସଦାଶିବ ନାୟକ ଉପସ୍ଥିତି ରହି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ । ଏହାପରେ ସମ୍ମାନିତ ଅତିଥି ଦ୍ଵାରା ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହାପରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ଵାରା ନୃତ୍ଯ ଭିତିକ ସମବେତ ସଙ୍ଗୀତ ରୂପକ ଏ ଜହ୍ନ କାହାର ଏବଂ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରାଯିବ । ପରେ ପରେ ପ୍ରଶାନ୍ତି ନୃତ୍ୟ ସଂଗୀତ ପରିଷଦର କଳାକାରଙ୍କ ଦ୍ବାରା ସଂଗୀତ ରୂପକ ନୃତ୍ୟ ଶିବ ପଞ୍ଚାକ୍ଷରୀ ପରିବେଷଣ କରାଯିବ । ସର୍ବ ଶେଷରେ ଓଡିଶା ସିନେ ଜଗତର ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତାରିକ୍‌ ଅଜିଜ୍‌ ଏବଂ ସୋନମ୍‌ ଦାଶ ଙ୍କ ଦ୍ବାରା ଓଲିଉଡ୍‌ ନାଇଟ୍‌ କାର୍ଯ୍ୟକ୍ରମ ପରିବେଷଣ କରାଯିବ ସେହିଭଳି ୨୯ ତାରିଖ ରବିବାର ଉଦଯାପନୀ ଦିବସରେ ପ୍ରୀତିରଞ୍ଚନ ଘଡେଇ, ଗ୍ରାମ୍ୟ ଏବଂ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ , ସୁଜିତ୍‌ କୁମାର, ସଂସଦ (ରାଜ୍ୟସଭା), ସମର୍ଥ ବର୍ମା, ଆଇ.ଏ.ଏସ୍‌. ଜିଲ୍ଲାପାଳ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରତିବର୍ଷଭଳି ଅନୁଷ୍ଠାନର ଆକର୍ଷଣୀୟ ପୁରସ୍କାର ଲିଟିଲ୍‌ ମିସ୍‌ ଓ ଲିଟିଲ୍‌ ମାଷ୍ଟର ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହାପରେ ଅନୁଷ୍ଠାନର ସଭ୍ୟା ମନିଷା ମହାନ୍ତି ଙ୍କ ଦ୍ଵାରା ମାହାରୀ ନୃତ୍ୟ ପରିବେଷଣ କରାଯିବ । ପରେ ପରେ ଆରତି ନୃତ୍ୟ ଓ ସଂସ୍କୃତି ଏକାଡେମୀ କଳାକାରଙ୍କ ଦ୍ଵାରା ଆଧୁନିକ ନୃତ୍ଯ ଭିତ୍ତିକ କାଯ୍ୟକ୍ରମ ପରିବେଷଣ କରାଯିବ । ପରିଶେଷରେ ପ୍ରଛଦପଟ୍ଟ ନବାଗତ କଣ୍ଠଶିଳ୍ପୀ କୂମାରୀ ଅନୁସ୍କା ପାତ୍ର ଏବଂ ପ୍ରଣୟ ମଜୁମଦାର ଙ୍କ ଦ୍ଵାରା ହିନ୍ଦୀ ଚଳଚିତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଓଲିଉଡ୍‌ ନାଇଟ୍‌ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୂ ମିସ୍‌ ପିଙ୍କି ଝା ସଂଯୋଜନା କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ମିଶ୍ର, ଲକ୍ଷ୍ମୀ ନାରାୟଣ ପଣ୍ଡା, ବସୁଦେବ ଦାସ ହରେକୃଷ୍ଣ ମିଶ୍ର , କାର୍ଯ୍ୟାଳୟ ସମ୍ପାଦକ ଜଗମୋହନ ପଟ୍ଟନାୟକ ,କ୍ରୀଡା ସମ୍ପାଦକ ଗୋପୀନାଥ ସ୍ୱାଇଁ , ଅମୀୟ ପ୍ରସାଦ ନାଗ ,ଦୀପକ କୁମାର ସାହୁ ,କୃପାସିନ୍ଧୁ ମହାପାତ୍ର , ପ୍ରକାଶ ରାଉତ, ସୁବ୍ରତ ସାହୁ, ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀ ରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More