ଆସନ୍ତା ଡ଼ିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା ଡ଼ିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ ଶ୍ରୀ ମନ୍ଦିରରେ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଶ୍ରୀ ଛତିଶା ନିଯୋଗ ବୈଠକ ରେ ଆଲୋଚୋନା ହୋଇଛି। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତିଶା ନିଯୋଗ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏ ଏସ ଆଇ ପକ୍ଷରୁ ରତ୍ନ ଭଣ୍ଡାର ମରାମତି ଆରମ୍ଭ ହେବାକୁ ଥିବା ବେଳେ କେଉଁ ସମୟରେ ଏଏସଆଇକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ସେ ନେଇ ଆଲୋଚୋନା ହୋଇଥିଲା। ତେବେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ ପାଇଁ ଶ୍ରୀ ମନ୍ଦିର ନୀତି ପ୍ରଶାସକ ଏବଂ ଶ୍ରୀ ମନ୍ଦିର କମାଣ୍ଡରଙ୍କୁ ନେଇ ଏକ ଦୁଇ ଜଣିଆ କମିଟି ଗଠନ ହୋଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । ଆସନ୍ତା ଡିସେମ୍ବର ୪ତାରିଖ ରେ ରାଷ୍ଟ୍ରପତି ପୁରୀ ଗସ୍ତ ରେ ଆସିବେ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ଆମେ ଶ୍ରୀ ମନ୍ଦିର ଛତିଶା ନିଯୋଗ ସହିତ ଆଲୋଚୋନା କଲୁ। କିଭଳି ନୀତି ପରିଚାଳନା ହେବ ସେ ନେଇ ଆଲୋଚୋନା ହେଲା। ସେହିପରି ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ ମଧ୍ୟ ଆଲୋଚୋନା ହେଲା। ରତ୍ନ ଭଣ୍ଡାର ମରାମତିକୁ ନେଇ କିଭଳି ମହାପ୍ରଭୁଙ୍କ ସେବା ପୂଜାରେ ବାଧା ନଉପୁଜିବ ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ନ ହେବ ସେ ନେଇ ମଧ୍ୟ ଆଲୋଚୋନା ହେଲା। ଏହି ପ୍ରସଙ୍ଗ ରେ ଏକ ଦୁଇ ଜଣିଆ କମିଟି ଗଠନ ହୋଇଛି। ଶ୍ରୀ ମନ୍ଦିର ନୀତି ପ୍ରଶାସକ ଓ ଶ୍ରୀ ମନ୍ଦିର କମାଣ୍ଡରଙ୍କୁ ନେଇ ଏହି ଦୁଇ ଜଣିଆ କମିଟି ଗଠନ ହୋଇଛି। ଏହି କମିଟି କିଭଳି ମହାପ୍ରଭୁଙ୍କ ନୀତି କାନ୍ତି ରତ୍ନ ଭଣ୍ଡାର ମରାମତି ସମୟରେ ଅସୁବିଧା ନହେବ ତାହା କମିଟି ଧ୍ୟାନ ରଖିବ। ରତ୍ନ ଭଣ୍ଡାର ମରାମତି ନେଇ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଶ୍ରୀ ମନ୍ଦିର ପ୍ରଶାସନକୁ ଦେବେ। ଏହାକୁ ନେଇ ଏ ଏସ ଆଇ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ। ତେବେ ରାଷ୍ଟ୍ରପତି ଶ୍ରୀ ମନ୍ଦିର ଗସ୍ତ ଦିନ ସକାଳ ୮ ତା ୪୫ ରେ ଶ୍ରୀ ମନ୍ଦିର କୁ ଶୋଦ୍ଧ କରାଯିବ। ଦିନ ୧୦ଟା ୧୫ରୁ ୧୦ ଟା୪୦ ଯାଏ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବା ନେଇ ସମୟ ନିର୍ଦ୍ଧାରିତ ହୋଇଛି। ମହାପ୍ରଭୁଙ୍କୁ ରାଷ୍ଟ୍ରପତି ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ସାଧାରଣ ନୀତି କାନ୍ତି ଅନୁଷ୍ଠିତ ହେବ । ମାରମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବାର କିଛି ସମୟ ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ କରାଯିବ।ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି , ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବାରୁ ଆସନ୍ତା ଡ଼ିସେମ୍ବର ୪ତାରିଖ ଦିନ ସକାଳ ୮ଟା ୪୫ ଭକ୍ତଙ୍କୁ ମନ୍ଦିରରୁ ଖାଲି କରାଯାଇ ମନ୍ଦିର ଶୋଦ୍ଧ କରାଯିବ। ସକାଳ ୫ଟାରୁ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହେବ। ତେବେ ପ୍ରଶାସନ ପକ୍ଷରୁ ଯେଉଁ ସେବାୟତଙ୍କୁ ପାସ ଦିଆଯାଇଥିବ ସେହି ସେବାୟତଙ୍କୁ ଶ୍ରୀ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ରାଷ୍ଟ୍ରପତିଙ୍କ ସହ ତାଙ୍କ କୌଳିକ ପଣ୍ଡା ଉପସ୍ଥିତ ରହିବେ। ତେବେ ଶ୍ରୀ ମନ୍ଦିର ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ସମ୍ପତିର ସୁରକ୍ଷା ନେଇ ମଧ୍ୟ ଛତିଶା ନିଯୋଗରେ ସେବାୟତ ମାନେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ତେବେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ଅନେକ କାର୍ଯ୍ୟ ବାକି ରହିଛି। ଶ୍ରୀ ମନ୍ଦିର ସିଂହ ଦ୍ଵାର ପଟେ ଶୌଚାଳୟ ନଥିବାରୁ ଭକ୍ତ ବେଶ୍ ଅସୁବିଧା ଭୋଗୁଛନ୍ତି। ତେବେ ଏହାକୁ ସରକାର ସମାଧାନ କରନ୍ତୁ ବୋଲି ଜିଲ୍ଲାପାଳଙ୍କ ନିକଟରେ ସେବାୟତ ମାନେ ଦାବି ଜଣାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More